ଦୁର୍ଗା
ଦୁର୍ଗା
*******
କଅଁଳ ମୁହଁଟି ଭୋକରେ
ଆଉଟି ପାଉଟି ହୋଇ
ରାହା ଧରି କାନ୍ଦିବାର
ଦୃଶ୍ୟକୁ ସହି ନପାରି
ଦୁର୍ଗା ତୁମେ ଆସ,
ସାତ ସିଆଁ ଲୁଗାଟିରେ
ନିଜ ଶରୀରକୁ ଲୁଚାଇବାର
ବ୍ୟର୍ଥ ପ୍ରୟାସ କରି,
ମାଟିର ଟୋକେଇକୁ ମୁଣ୍ଡାଇ
ସୁନାର ମୁକୁଟ ପରି !
ଚଳ ଚଞ୍ଚଳ ସହରର
ଲୋକାରଣ୍ୟ ତ୍ରିଛକିରେ
ମଦମତ୍ତ ଉଦ୍ଧତ ପୌରୁଷତ୍ୱର
ପ୍ରଦର୍ଶନର ଦୁର୍ବାର ପ୍ରୟାସରେ
ଭୟାର୍ତ୍ତ କିଶୋରୀଟିର
ଧର୍ଯ୍ୟ ଭଙ୍ଗ ବେଳେ
ଦୁର୍ଗା ଆସ ତୁମେ
ନିରୀହ ଆଖି ଦୁଇଟିରେ
ମହିଷା ମର୍ଦ୍ଧିନୀ ପରି
କ୍ରୋଧାଗ୍ନି ବର୍ଷା କରି କରି!
ଶାନ୍ତି ପାଇଁ ଅନ୍ୟାୟକୁ
ମଥା ପାତି ସହିଯିବାର
ଧର୍ଯ୍ୟ ଚ୍ୟୁତି ହେଲେ,
ଦୁର୍ଗା ତୁମେ ଆସ
ସାରା ପରିବେଶରେ
ଅନ୍ୟାୟ ବିରୁଦ୍ଧରେ
ସ୍ୱର ଉତ୍ତୋଳନ କରି,
ସୁପ୍ତ ଆଗ୍ନେୟଗିରୀରୁ
ଉତପ୍ତ ଲାର୍ଭା ଉଦଗାରି !
*******
କଅଁଳ ମୁହଁଟି ଭୋକରେ
ଆଉଟି ପାଉଟି ହୋଇ
ରାହା ଧରି କାନ୍ଦିବାର
ଦୃଶ୍ୟକୁ ସହି ନପାରି
ଦୁର୍ଗା ତୁମେ ଆସ,
ସାତ ସିଆଁ ଲୁଗାଟିରେ
ନିଜ ଶରୀରକୁ ଲୁଚାଇବାର
ବ୍ୟର୍ଥ ପ୍ରୟାସ କରି,
ମାଟିର ଟୋକେଇକୁ ମୁଣ୍ଡାଇ
ସୁନାର ମୁକୁଟ ପରି !
ଚଳ ଚଞ୍ଚଳ ସହରର
ଲୋକାରଣ୍ୟ ତ୍ରିଛକିରେ
ମଦମତ୍ତ ଉଦ୍ଧତ ପୌରୁଷତ୍ୱର
ପ୍ରଦର୍ଶନର ଦୁର୍ବାର ପ୍ରୟାସରେ
ଭୟାର୍ତ୍ତ କିଶୋରୀଟିର
ଧର୍ଯ୍ୟ ଭଙ୍ଗ ବେଳେ
ଦୁର୍ଗା ଆସ ତୁମେ
ନିରୀହ ଆଖି ଦୁଇଟିରେ
ମହିଷା ମର୍ଦ୍ଧିନୀ ପରି
କ୍ରୋଧାଗ୍ନି ବର୍ଷା କରି କରି!
ଶାନ୍ତି ପାଇଁ ଅନ୍ୟାୟକୁ
ମଥା ପାତି ସହିଯିବାର
ଧର୍ଯ୍ୟ ଚ୍ୟୁତି ହେଲେ,
ଦୁର୍ଗା ତୁମେ ଆସ
ସାରା ପରିବେଶରେ
ଅନ୍ୟାୟ ବିରୁଦ୍ଧରେ
ସ୍ୱର ଉତ୍ତୋଳନ କରି,
ସୁପ୍ତ ଆଗ୍ନେୟଗିରୀରୁ
ଉତପ୍ତ ଲାର୍ଭା ଉଦଗାରି !
Comments
Post a Comment