ଅବାଂଛିତ ସ୍ମୃତି

 ଅବାଂଛିତ ସ୍ମୃତି 
************
ଜୀବନକୁ ଜିଇଁବାର 
ସଂଘର୍ଷ କାଳରେ
ବର୍ତମାନକୁ ଅତୀତରେ 
ରୁପାନ୍ତରିତ କରୁ କରୁ, 
ସୃତିଟା ଆସିଯାଉଛି
ମନର ଆଡ଼ିବନ୍ଧ ଡେଇଁ,  
ଭୟ ଓ ଆଶଙ୍କାର 
ଜୁଆରରେ କଳ୍ପନାର 
ବେଳାଭୂମିକୁ ଭିଜାଇ !
ଜୀବନ ସେଠି ଜୀବନକୁ 
ଜୀବଶୂନ୍ୟ କରୁଛି, 
ବାୟୁ ସେଠି ବାୟୁକୁ 
ଅଣନିଶ୍ୱାସୀ କରୁଛି, 
ବଞ୍ଚିବାର ମୋହ 
ମୃତ୍ୟୁକୁ ଆଦରି ନେଉଛି, 
ପାଦକୁ ଶକ୍ତି ଦେଉଥିବା 
ମାଟି କେମିତି ଶୁନ୍ୟତାର
ସ୍ପର୍ଶ ଦେଉଛି,
ସ୍ବପ୍ନମୟ ଉଦ୍ୟାନରେ 
ମୃତ୍ୟୁର ତାଣ୍ଡବ ଚାଲିଛି!
(1999 ମହାବାତ୍ୟାର ସ୍ମରଣେ)

Comments

Popular posts from this blog

କହିଦେ କାଳିଆ ଥରେ

ଚାଲ ଥରେ ଗାଁର ମଣିଷଟେ ହେବା - ୧

ଝଡ଼ ପରର ସକାଳ