ବଳରାମ ଦାସ

 ବଳରାମ ଦାସ
***********
କିଏ କୁହେ ସାକ୍ଷାତ ଇଶ୍ୱର ତୁମେ
କିଏ କୁହେ ଈଶ୍ୱରୀୟ ଅଂଶ,
ତୁମ ଶବ୍ଦର ସମ୍ଭାର ପରିବ୍ୟାପ୍ତ
ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ!
ତୁମ ପଂକ୍ତି ସବୁ ଆଙ୍କି ଦିଅନ୍ତି
ଦିଗବଳୟେ ଗନ୍ତବ୍ୟ ପଥ,
ଅତୀତର ଦର୍ପଣ ଓ
ଭବିଷ୍ୟତ ସୂଚୀପତ୍ର,
ସବୁ କେମିତି ସ୍ପଷ୍ଟ ହୁଅନ୍ତି,
ଭକ୍ତିର ତୁଷାର ବିନ୍ଦୁ ସବୁ
ଇନ୍ଦ୍ରଧନୁର ବର୍ଣାଳୀରେ
ହୁଏ ଯେବେ ରୂପାନ୍ତରିତ!
ସେଠି ଉଚ୍ଚ ନୀଚ୍ଚ
ସବୁ ଏକାକାର,
ପାଣି ଫୋଟକା ପରି
ମିଳେଇ ଯାଏ ମନର ବିକାର,
ବରଫ ଖଣ୍ଡ ବତ ତରଳି ଯାଏ 
ଅନନ୍ତ ଯୁଗରୁ ଜମାଟ ବାନ୍ଧିଥିବା
ହିମାଳୟ ପରି ଅହଂକାର!
(ଓଡ଼ିଆ ଜାତିର ଅମୁଲ୍ୟ ଗ୍ରନ୍ଥ 'ଲକ୍ଷ୍ମୀ ପୁରାଣ' ର ରଚୟିତା ଶ୍ରୀ ଶ୍ରୀ ବଳରାମ ଦାସଙ୍କ ଉଦେଶ୍ୟରେ )

Comments

Popular posts from this blog

କହିଦେ କାଳିଆ ଥରେ

ଚାଲ ଥରେ ଗାଁର ମଣିଷଟେ ହେବା - ୧

ଝଡ଼ ପରର ସକାଳ