ପୁସ୍ତକ

 ପୁସ୍ତକ
******
ତୁମେ କେବେ କୁହ
ମୁଁ ନିହାତି ଅବୋଧ୍ୟ,
ମୋ  କୁହା କଥାସବୁ
ତୁମ ପାଇଁ ଅବୁଝା
ଅଲୋଡ଼ା ବା ମୂଲ୍ୟହୀନ ଶବ୍ଦ,
ପୁଣି କେବେ କୁହ ମୋତେ 
ଅତ୍ୟନ୍ତ ସରଳ, ନିଷ୍କପଟ
ସ୍ୱଚ୍ଛ ଓ ପବିତ୍ରତାର ସଂକେତ,
ମୋ ଯୋଗୁଁ 
ସଫଳତା ତୁମ ପାଖେ
ହେଲା ଉପଲବ୍ଧ!
ତୁମେ କୁହ ବା ନକୁହ,
ମୁଁ ଥିଲି, ଅଛି ଓ ରହିବି
ବିନା ଦ୍ବିଧାରେ ମୋ
କଥା କହୁଥିବି,
ସୂର୍ଯ୍ୟ ନହେଲେବି
ଦୀପଟିଏ ପରି
ନିଜ ସତ୍ତା ରଖିଥିବି,
ପ୍ରଶଂସା ଓ କୁତ୍ସାର ଉର୍ଦ୍ଧ୍ୱରେ
ତୁମ ଆସିବାକୁ ଚାହିଁ ରହିଥିବି!

Comments

Popular posts from this blog

କହିଦେ କାଳିଆ ଥରେ

ଚାଲ ଥରେ ଗାଁର ମଣିଷଟେ ହେବା - ୧

ଝଡ଼ ପରର ସକାଳ