କୋଣାର୍କ-1

 କୋଣାର୍କ-1
*******
ଉତକ୍ଷିପ୍ତ ସାଗର
ତାର ଅପରାଜୟ
ଅହମିକାକୁ ତ୍ୟାଗକରି
ହାର ମାନିଲା,
ନିୟତିର ନିୟମ
ବଦଳିବାର ଆୟାରମ୍ଭ ହେଲା,
ଯେବେ ଅଥଳ ଜଳରାଶିରେ
କୋଣାର୍କର ଭିତ୍ତି ପ୍ରସ୍ଥର ପଡିଲା!
ଶକ୍ତିଶାଳୀ ମଣିଷ
କ୍ରୁମ ପାଲଟି ଗଲେବି,
ତାର ଅଦମ୍ୟ ପ୍ରୟାସର
ବିରାମ ନଥିଲା,
ବିରାଟ ଶିଳାଖଣ୍ଡ
ନୀଳ ଜଳରାଶିରେ
ସତ୍ତା ନହରାଇ,
ନିଜ ଉପସ୍ଥିତ
ଜାହିର କରିଲା!
ନିଶ୍ଚଳ ଶିଳା ଖଣ୍ଡଟି 
ନିହାଣ ସ୍ପର୍ଶରେ
ପ୍ରଗଳ୍ଭତା ପ୍ରାପ୍ତି ହେଲା,
ଅକୁହା କଥା ସବୁ
ଶିଳ୍ପୀର ଅଗୋଚରରେ 
ଅମାନିଆ ନିହାଣକୁ
ପାର୍ଥେୟ କରି 
ସ୍ୱତଃ ଆତ୍ମ ପ୍ରକାଶ କଲା!
ସମାଜର ଆକଟ ମଧ୍ୟରେ 
ଯୁଗ ଯୁଗର ଜମାଟ 
ବାନ୍ଧିଥିବା ବରଫ ଖଣ୍ଡ ସବୁ
ତରଳିବାକୁ ଲାଗିଲା,
ଜୀବନର, ଯୌବନର
ଜନ୍ମର ଓ ମୃତ୍ୟୁର
ଅକୁହା ସତ୍ୟ ସବୁ
ପଥର ଖଣ୍ଡର ମୁଖରେ
କବିତା ର ରୂପନେଲା!
ସବୁ ଏଠି ଯେମିତି
ଚିରାଚରିତର ବିପରୀତ ଥିଲା,
ପତି ଏଠି ପତ୍ନୀର ସାହ୍ନିଧ୍ୟ
ପାଇଁ ବ୍ୟାକୁଳ ନଥିଲା,
ପ୍ରେମିକଟି ତା ପ୍ରେମ ପାଇଁ
ତୁଳୀ ଧରିନଥିଲା,
ପିତା କେବେ ପୁତ୍ରର
ଭବିଷ୍ୟତ ପାଇଁ
ଚିନ୍ତିତ ନଥିଲା,
ଶିଳ୍ପୀଟି ନିଜ ଯଶ ପାଇଁ ନୁହେଁ
ବରଂ ସମ୍ପୂର୍ଣ କୁଳର 
ସୁରକ୍ଷା ନିମିତ୍ତ
ନିହାଣ ଚଳାଉ ଥିଲା!
ସୂର୍ଯ୍ୟାସ୍ତ ହେବା ମାତ୍ରକେ
ଶବ୍ଦଶୂନ୍ୟ ପରିଧିରେ
ନିର୍ବାକ ମଣିଷ ଗୁଡାକ
ଦେଖୁଥିଲେ ତାରାମୟ
ବିରାଟ ଆକାଶକୁ,
କାନଡେରୀ ଶୁଣୁଥିଲେ
ପଥର ଖଣ୍ଡର ଅକୁହା କଥାକୁ
ଯାହା ଆତ୍ମପ୍ରକାଶ କରିବ
କାଲିର ସୂର୍ଯ୍ୟୋଦୟରେ,
ଏକ ନୂତନତାର 
ସ୍ପର୍ଶ ଦେବ ଆଗାମୀ ପିଢ଼ିକୁ!

Comments

Popular posts from this blog

କହିଦେ କାଳିଆ ଥରେ

ଚାଲ ଥରେ ଗାଁର ମଣିଷଟେ ହେବା - ୧

ଝଡ଼ ପରର ସକାଳ