ତୁମେ ଥିଲ ବୋଲି
ତୁମେ ଥିଲ ବୋଲି!
**************
ତୁମେ ଥିଲ ବୋଲି
ଅଜଣା ମୁହଁ ସବୁ
ଚିହ୍ନା ହୋଇଗଲେ,
ସତ୍ତା ହରାଉଥିବା
ଶିଳା ଖଣ୍ଡ ସବୁ
ପର୍ବତର ରୂପ ନେଲେ,
ଅସ୍ପୃଶ୍ୟ ମଣିଷ ଗୁଡାକ
ଗାଁ ଦାଣ୍ଡେ ଚାଲିବାର
ସାହସ ପାଇଲେ!
ତୁମେ ଥିଲବୋଲି
ଚୁପଚାପ ରହୁଥିବା
ଦ୍ରୌପଦୀ, କୁନ୍ତୀ ଆଦି
ମୌନ ଭଙ୍ଗ କଲେ,
ଚାରି କାନ୍ଥେ ସୀମିତ ଥିବା
ଶବ୍ଦ ସବୁ ସମାଜରେ
ବିପ୍ଳବ ଆଣିଲେ!
ଏବେ ସବୁ ଓଲଟ ପାଲଟ
ଭାଗ ଭାଗ ହେବା ପାଇଁ
ଚାଲେ ସର୍ବତ୍ର ସଂଘର୍ଷ,
କହିବାର ସ୍ବରକୁ
ଚୁପ ରହିବାକୁ ନିର୍ଦେଶ,
ଆତ୍ମ ପ୍ରଚାର ପାଇଁ
ସର୍ବଦା ପ୍ରୟାସ,
ତୁମ କଥା ମନେ ପଡେ
ହେ ବାପୁ,
ଥରୁଟିଏ ଆସ!
**************
ତୁମେ ଥିଲ ବୋଲି
ଅଜଣା ମୁହଁ ସବୁ
ଚିହ୍ନା ହୋଇଗଲେ,
ସତ୍ତା ହରାଉଥିବା
ଶିଳା ଖଣ୍ଡ ସବୁ
ପର୍ବତର ରୂପ ନେଲେ,
ଅସ୍ପୃଶ୍ୟ ମଣିଷ ଗୁଡାକ
ଗାଁ ଦାଣ୍ଡେ ଚାଲିବାର
ସାହସ ପାଇଲେ!
ତୁମେ ଥିଲବୋଲି
ଚୁପଚାପ ରହୁଥିବା
ଦ୍ରୌପଦୀ, କୁନ୍ତୀ ଆଦି
ମୌନ ଭଙ୍ଗ କଲେ,
ଚାରି କାନ୍ଥେ ସୀମିତ ଥିବା
ଶବ୍ଦ ସବୁ ସମାଜରେ
ବିପ୍ଳବ ଆଣିଲେ!
ଏବେ ସବୁ ଓଲଟ ପାଲଟ
ଭାଗ ଭାଗ ହେବା ପାଇଁ
ଚାଲେ ସର୍ବତ୍ର ସଂଘର୍ଷ,
କହିବାର ସ୍ବରକୁ
ଚୁପ ରହିବାକୁ ନିର୍ଦେଶ,
ଆତ୍ମ ପ୍ରଚାର ପାଇଁ
ସର୍ବଦା ପ୍ରୟାସ,
ତୁମ କଥା ମନେ ପଡେ
ହେ ବାପୁ,
ଥରୁଟିଏ ଆସ!
Comments
Post a Comment