ପରାହତ କର୍ଣ୍ଣ
ପରାହତ କର୍ଣ୍ଣ
***********
ହଁ ମୁଁ ଶୁଦ୍ର ପୁତ୍ର
ଧନୁର୍ଦ୍ଧର ବିଶ୍ଵବିଜୟୀ
ମହାଦାନୀ କର୍ଣ୍ଣ,
ଯାହାର ଧନୁର
ଟଙ୍କାର କରୁଥିଲା
ଭୟର ସଂଚାର
ଓ ଆତଙ୍କିତ ହେଉଥିଲା
ଶତ୍ରୁର ହୃଦୟ ଓ ମନ !
କୃତଜ୍ଞତାର ମୁଁ
ଶେଷ୍ଠ ନିଦର୍ଶନ,
ଦୁର୍ଯ୍ୟୋଧନର ଦାନ ପାଇଁ
ହସି ହସି ସମର୍ପିଲି
ସ୍ଵ ଅର୍ଜିତ ପୁର୍ଣ୍ୟ ଓ
ମୋର ସମ୍ପୂର୍ଣ ଜୀବନ!
କିନ୍ତୁ
ଅବଶୋଷ ରହିଗଲା
ପାରିଲିନି ରଖି
ମୋ କୂଳର ସମ୍ମାନ,
କରି ମୁଁ ପାରିଲିନି
ନିଷ୍ପେସିତ ମାନଙ୍କର ଉତ୍ଥାନ,
ହୋଇ ମୁଁ ପାରିଲିନି
ତାଙ୍କ ସ୍ୱାଭିମାନ!
ଜୀବନଟା ବିତାଇଲି
ଖୋଜି ଖୋଜି
ନିଜ ଅଭିମାନ,
ମହାନ ହେବାର
ଶକ୍ତି ଥାଇବି,
ବଂଚିଥିଲି ଏକ
ସ୍ୱାର୍ଥପରର ଜୀବନ,
ତେଣୁ ତ ବିଜୟୀ ଅର୍ଜୁନ
ଓ ମୁଁ ଅଟେ
ପରାହତ କର୍ଣ୍ଣ !
***********
ହଁ ମୁଁ ଶୁଦ୍ର ପୁତ୍ର
ଧନୁର୍ଦ୍ଧର ବିଶ୍ଵବିଜୟୀ
ମହାଦାନୀ କର୍ଣ୍ଣ,
ଯାହାର ଧନୁର
ଟଙ୍କାର କରୁଥିଲା
ଭୟର ସଂଚାର
ଓ ଆତଙ୍କିତ ହେଉଥିଲା
ଶତ୍ରୁର ହୃଦୟ ଓ ମନ !
କୃତଜ୍ଞତାର ମୁଁ
ଶେଷ୍ଠ ନିଦର୍ଶନ,
ଦୁର୍ଯ୍ୟୋଧନର ଦାନ ପାଇଁ
ହସି ହସି ସମର୍ପିଲି
ସ୍ଵ ଅର୍ଜିତ ପୁର୍ଣ୍ୟ ଓ
ମୋର ସମ୍ପୂର୍ଣ ଜୀବନ!
କିନ୍ତୁ
ଅବଶୋଷ ରହିଗଲା
ପାରିଲିନି ରଖି
ମୋ କୂଳର ସମ୍ମାନ,
କରି ମୁଁ ପାରିଲିନି
ନିଷ୍ପେସିତ ମାନଙ୍କର ଉତ୍ଥାନ,
ହୋଇ ମୁଁ ପାରିଲିନି
ତାଙ୍କ ସ୍ୱାଭିମାନ!
ଜୀବନଟା ବିତାଇଲି
ଖୋଜି ଖୋଜି
ନିଜ ଅଭିମାନ,
ମହାନ ହେବାର
ଶକ୍ତି ଥାଇବି,
ବଂଚିଥିଲି ଏକ
ସ୍ୱାର୍ଥପରର ଜୀବନ,
ତେଣୁ ତ ବିଜୟୀ ଅର୍ଜୁନ
ଓ ମୁଁ ଅଟେ
ପରାହତ କର୍ଣ୍ଣ !
Comments
Post a Comment