କୋଣାର୍କ - 2

 କୋଣାର୍କ - 2
**********
ଅଶାନ୍ତ ସାଗରର
ଅକ୍ଲାନ୍ତ ବ୍ୟର୍ଥ ପ୍ରୟାସ
ଶତାବ୍ଦୀରୁ ଶତାବ୍ଦୀ ପର୍ଯ୍ୟନ୍ତ,
ତଥାପି ରହିଛି,
ଉତ୍କଳୀୟ ଶିଳ୍ପୀଙ୍କ
କାଳଜୟୀ କୀର୍ତ୍ତିର
ଅକ୍ଷୟ କିୟତାଂଶ,
ଓଡ଼ିଆ ପୌରୁଷ୍ୱତର 
ଅମ୍ଲାନ ଭଗ୍ନାବଶେଷ,
କିଶୋର ଧର୍ମପଦର
ତ୍ୟାଗର ଆଶ୍ଳେଷ,
ରାଜାଶ୍ରେଷ୍ଠ ନରସିଂହଙ୍କ
ଅବିଶ୍ୱାସନୀୟ ଆଦେଶ,
ଶିବେଇ ସାଆନ୍ତେଙ୍କ
ଅଦ୍ଭୁତ ଆତ୍ମବିଶ୍ୱାସ,
ଅଚିହ୍ନା ମାଉସୀର
ଦୂରଦର୍ଶୀ ଉପଦେଶ,
ସୂର୍ଯ୍ୟ ଦେବଙ୍କ ପାଇଁ
ଅଖଣ୍ଡ ବିଶ୍ୱାସ,
ଚନ୍ଦ୍ରଭାଗାର ବେଳାଭୂମିରେ
ସ୍ୱାଭିମାନର ସ୍ଵାକ୍ଷର ସ୍ୱରୂପ
କୋଣାର୍କର ଅବଶିଷ୍ଟାଂଶ!

Comments

Popular posts from this blog

କହିଦେ କାଳିଆ ଥରେ

ଚାଲ ଥରେ ଗାଁର ମଣିଷଟେ ହେବା - ୧

ଝଡ଼ ପରର ସକାଳ