କୁଳବୃଦ୍ଧ
କୁଳବୃଦ୍ଧ
*******
କଙ୍କାଳ ଗୁଡିକରେ
ରକ୍ତ ମାଂସ ଭରିବାର
ଅଦମ୍ୟ ପ୍ରୟାସରେ
ସାରିଦେଲ ଜୀବନର
ସମସ୍ତ ଜମା ପୁଞ୍ଜି,
ନିର୍ବାକ, ନିଃଶବ୍ଦ, ନିରୀହ,
ଶୁପ୍ତ ମଣିଷ ମାନଙ୍କୁ
ଜାଗ୍ରତ କରି ପ୍ରଗଳ୍ଭତା
ପ୍ରଦାନ କରିବା ନିଶାରେ
ଦେଇଥିଲ ସମସ୍ତ
ପାର୍ଥିବ ସୁଖକୁ ତେଜି !
କିନ୍ତୁ
ଏବେ ସେ କଙ୍କାଳ ସବୁ
ମେଦବହୁଳତାର ଶୀକାର,
ରକ୍ତ ଶୁନ୍ୟ ଶରୀର ଗୁଡାକରେ
ପ୍ରଭାବ ଉଚ୍ଚ ରକ୍ତଚାପର,
ତୁମେ ଜଗାଇ ଥିବା
ନିଶବ୍ଦ ମଣିଷମାନେ
ମଦମତ୍ତ ବାଚାଳ,
ତୁମ ସ୍ୱପ୍ନର ଉଦ୍ୟାନରେ
ଜୁଇ, ଯାଇ, ମଲ୍ଲୀ କି ମାଳତୀ ନୁହେଁ,
ଭିଡ଼ ଏଠି ପଳାସ ଫୁଲର !
ହେ କୁଳବୃଦ୍ଧ,
ତୁମେ କଣ କଳ୍ପିଥିଲ,
ସ୍ୱାର୍ଥ ପାଖେ ଅବଶ ଓ
ପରାହତ ସୈନିକଙ୍କ
ଏ ବିରାଟ ପଟୁଆର,
ନା ବିଜୟ ଧ୍ୱନିରେ ନିନାଦିତ
ଅପରାଜେୟ ଉତ୍କଳର?
*******
କଙ୍କାଳ ଗୁଡିକରେ
ରକ୍ତ ମାଂସ ଭରିବାର
ଅଦମ୍ୟ ପ୍ରୟାସରେ
ସାରିଦେଲ ଜୀବନର
ସମସ୍ତ ଜମା ପୁଞ୍ଜି,
ନିର୍ବାକ, ନିଃଶବ୍ଦ, ନିରୀହ,
ଶୁପ୍ତ ମଣିଷ ମାନଙ୍କୁ
ଜାଗ୍ରତ କରି ପ୍ରଗଳ୍ଭତା
ପ୍ରଦାନ କରିବା ନିଶାରେ
ଦେଇଥିଲ ସମସ୍ତ
ପାର୍ଥିବ ସୁଖକୁ ତେଜି !
କିନ୍ତୁ
ଏବେ ସେ କଙ୍କାଳ ସବୁ
ମେଦବହୁଳତାର ଶୀକାର,
ରକ୍ତ ଶୁନ୍ୟ ଶରୀର ଗୁଡାକରେ
ପ୍ରଭାବ ଉଚ୍ଚ ରକ୍ତଚାପର,
ତୁମେ ଜଗାଇ ଥିବା
ନିଶବ୍ଦ ମଣିଷମାନେ
ମଦମତ୍ତ ବାଚାଳ,
ତୁମ ସ୍ୱପ୍ନର ଉଦ୍ୟାନରେ
ଜୁଇ, ଯାଇ, ମଲ୍ଲୀ କି ମାଳତୀ ନୁହେଁ,
ଭିଡ଼ ଏଠି ପଳାସ ଫୁଲର !
ହେ କୁଳବୃଦ୍ଧ,
ତୁମେ କଣ କଳ୍ପିଥିଲ,
ସ୍ୱାର୍ଥ ପାଖେ ଅବଶ ଓ
ପରାହତ ସୈନିକଙ୍କ
ଏ ବିରାଟ ପଟୁଆର,
ନା ବିଜୟ ଧ୍ୱନିରେ ନିନାଦିତ
ଅପରାଜେୟ ଉତ୍କଳର?
Comments
Post a Comment