ଶ୍ରମିକ

ଶ୍ରମିକ 
*****
ଆମେ ଅବିଶ୍ରାନ୍ତ, 
ଅବିଚଳିତ ଆମର ଲକ୍ଷ୍ୟ
ଅଦମ୍ୟ ଆମର ଉତ୍ସାହ 
ଅନବରତ ଆମର ପ୍ରୟାସ
ପରିଶ୍ରମ ଆମ ଅକ୍ଲାନ୍ତ !
ଦୟା ଆମ ପାଇଁ
ସମ୍ପୂର୍ଣ ଅନସ୍ବୀକାର୍ଯ୍ୟ, 
ଆହା ଶବ୍ଦ ଅଟେ 
ସର୍ବଦା ବର୍ଜ୍ୟ, 
ଆମ କର୍ତବ୍ୟ ହିଁ 
ଆମ ସ୍ୱାଭିମାନ ଓ 
ଜୀବନର ସୌର୍ଯ୍ୟ !
ଆମ ଗତି ଥମି ପାରେ 
ନିୟତି ନିର୍ଦେଶରେ, 
ଆହତ ହୋଇପାରୁ 
ଜୀବନ ଯୁଦ୍ଧରେ, 
ବିଳମ୍ବ ହୋଇ ପାରେ 
ଲକ୍ଷ୍ୟ ସାଧିବାରେ 
କିନ୍ତୁ 
ଆତ୍ମସମର୍ପଣ କରିବୁନି
ନିୟତି ପାଖରେ !

Comments

Popular posts from this blog

କହିଦେ କାଳିଆ ଥରେ

ଚାଲ ଥରେ ଗାଁର ମଣିଷଟେ ହେବା - ୧

ଝଡ଼ ପରର ସକାଳ