କିଏ ସିଏ
କିଏ ସିଏ
********
ସମୁଦ୍ରର ଢେଉରେ
ହଜି ଯାଉଥିବା
ମୁକ୍ତା ବିନ୍ଦୁ ସବୁକୁ
ଗୋଟିଏ ମାଳାରେ
ବାନ୍ଧି ରଖିବାର
ସଫଳ ରୂପାୟନର
ଅଭିବ୍ୟକ୍ତି ସେ,
ମୁକ୍ତ ଆକାଶ ତଳେ
ଭିଜୁଥିବା କାନଭାସରେ
ଅମୂଲ୍ୟ ଛବି ଗୁଡ଼ିକୁ
ସଂରକ୍ଷିତ ରଖିବାର
ଅଦମ୍ୟ ପ୍ରୟାସ ସେ,
ଅସ୍ତିତ୍ୱ ହରାଉ ଥିବା
ଶିଳା ଖଣ୍ଡକୁ ବାନ୍ଧିରଖିବାର
ଦୁର୍ବାର ପ୍ରଚେଷ୍ଟା ସେ,
ଅସହାୟ ଯନ୍ତ୍ରଣାରେ ଜର୍ଜରିତ
ଆତ୍ମା ଗୁଡିକୁ ସ୍ୱାଭିମାନର
ମନ୍ତ୍ରରେ ଉଦବୃଦ୍ଧ କରିଥିବା
ମହାସ୍ତୋତ୍ର ଟିଏ ସିଏ,
ଧ୍ୱଜାବାହକ ମଧୁବାବୁ ସେ!
Comments
Post a Comment