ପ୍ରଶ୍ନବାଚୀ
ପ୍ରଶ୍ନବାଚୀ
*********
ଏମିତି କାହିଁକି ହୁଏ,
ତୁମ ନାମକୁ ଅହରହ
ଜପ କରୁଥିବା ମଣିଷଟି
ତୁମ ନାମ ଅନ୍ୟ ମୁଖରୁ
ଶୁଣି ଚମକି ପଡେ,
ତୁମ କାମରେ ଦ୍ୱାହି ଦେଇ
ଅଜସ୍ର ପ୍ରବଚନ ଦେଉଥିବା
ଜ୍ଞାନୀ ବ୍ୟକ୍ତିଟି
ତୁମ କୃତ୍ୟ କାର୍ଯ୍ୟକୁ
ଅନୁକରଣ କଲାବେଳେ
ନିଜକୁ ଅପ୍ରସ୍ତୁତ ମନେ କରେ??
ଏମିତି କାହିଁକି ହୁଏ,
ତୁମ ତ୍ୟାଗ ସହିତ
ନିଜକୁ ଯୋଡୁ ଥିବା
ତ୍ୟାଗୀ ପୁରୁଷଟି,
କିଛି ତ୍ୟାଗ କରିବାର
ସୁଯୋଗ ଆସିଲେ,
ସହଜରେ ତାହା ହାତଛଡା କରେ?
ଏମିତି କାହିଁକି ହୁଏ,
ତୁମ ଆଦର୍ଶରେ
ଅନୁପ୍ରାଣିତ ପ୍ରାଣୀଟି
ତୁମ ଯିବା ବାଟରେ ନଯାଇ
ବିପରୀତ ଦିଗରେ ନିଜ
ଲକ୍ଷ୍ୟ ସ୍ଥିର କରିଥାଏ?
ଏମିତି କାହିଁକି ହୁଏ??
*********
ଏମିତି କାହିଁକି ହୁଏ,
ତୁମ ନାମକୁ ଅହରହ
ଜପ କରୁଥିବା ମଣିଷଟି
ତୁମ ନାମ ଅନ୍ୟ ମୁଖରୁ
ଶୁଣି ଚମକି ପଡେ,
ତୁମ କାମରେ ଦ୍ୱାହି ଦେଇ
ଅଜସ୍ର ପ୍ରବଚନ ଦେଉଥିବା
ଜ୍ଞାନୀ ବ୍ୟକ୍ତିଟି
ତୁମ କୃତ୍ୟ କାର୍ଯ୍ୟକୁ
ଅନୁକରଣ କଲାବେଳେ
ନିଜକୁ ଅପ୍ରସ୍ତୁତ ମନେ କରେ??
ଏମିତି କାହିଁକି ହୁଏ,
ତୁମ ତ୍ୟାଗ ସହିତ
ନିଜକୁ ଯୋଡୁ ଥିବା
ତ୍ୟାଗୀ ପୁରୁଷଟି,
କିଛି ତ୍ୟାଗ କରିବାର
ସୁଯୋଗ ଆସିଲେ,
ସହଜରେ ତାହା ହାତଛଡା କରେ?
ଏମିତି କାହିଁକି ହୁଏ,
ତୁମ ଆଦର୍ଶରେ
ଅନୁପ୍ରାଣିତ ପ୍ରାଣୀଟି
ତୁମ ଯିବା ବାଟରେ ନଯାଇ
ବିପରୀତ ଦିଗରେ ନିଜ
ଲକ୍ଷ୍ୟ ସ୍ଥିର କରିଥାଏ?
ଏମିତି କାହିଁକି ହୁଏ??
Comments
Post a Comment