ନିଦ

 ନିଦ 
******
ଜାଣିନି ଏ ନିଦଟା 
କେବେଠୁଁ ଏମିତି ଘାରିଛି, 
ଉଠିବାର ଶକ୍ତି ଯେମିତି 
ମୁଁ ହରାଇ ବସିଛି, 
ଯୁଗ ଯୁଗ ଅନିଦ୍ରା
ରହିବା ପରେ 
ସତେ ଯେମିତି ମୁଁ
କ୍ଲାନ୍ତ ହୋଇ ଶୋଇଯାଇଛି, 
ଅନେକ କାର୍ଯ୍ୟ ଅପୂର୍ଣାଙ୍ଗ, 
ତଥାପି କେମିତି 
ମୁଁ ନିଷ୍ପ୍ରଭ ହୋଇଛି, 
କେଉଁ ଏକ ଦୁର୍ବଳ ମୁହୂର୍ତ୍ତେ
ଏକ ଅଜଣା ନିଶାର
କବଳାୟୀତ ହୋଇ
ମୋର ଶକ୍ତି ହରାଇଛି !
ମୁଁ ଜାଣେ ମୋ ଅତୀତ
କର୍ମଭୂମୀ ଥିଲା ମୋର
ଗଙ୍ଗା ଠୁଁ ଗୋଦାବରୀ ପର୍ଯ୍ୟନ୍ତ,
ଆକୁମାରୀ ହିମାଚଳ
ବିଜୟୀ ଥିଲେ ଚନ୍ଦ୍ରଗୁପ୍ତ
କିନ୍ତୁ ମୋ ସହ ଲଢ଼ିବାକୁ 
ସାହସ ତାଙ୍କ ନଥିଲା ପର୍ଯ୍ୟାପ୍ତ !
ସିଂହଳ, ଜାଭା, ସୁମାତ୍ରା 
ଓ ଅନେକ ପ୍ରଦେଶ, 
ସବୁଠାରେ ଥିଲା ମୋର 
ଭବ୍ୟ ଉପସ୍ଥିତ, 
ସାରା ବିଶ୍ୱେ କ୍ଷାତ ଥିଲି 
ମୁଁ ସୁବର୍ଣ୍ଣ କପୋତ,
କର୍ମବୀର ଭାବେ 
ଥିଲି ସଂସାରେ ବିଦିତ, 
ମଧୁ, ଗୋପ, ସୁବାଷ, ଫକୀର
ଜୟୀ, ବକ୍ସି, ବାଜି ଓ ଧର୍ମପଦ 
ସମସ୍ତେ ଅଟନ୍ତି ମୋର 
କାଳଜୟୀ ସୁତ!
ଏବେ ସବୁ ଦିଶେ 
ଓଲଟା ଓ ତୀର୍ଯକ, 
ସବୁ  କିଛି ଜାଣି ମଧ୍ୟ
ବଞ୍ଚିଛି ମୁଁ ହୋଇ 
ନିସ୍ତେଜ ଓ ନିର୍ବାକ, 
ନିଦ୍ରାଶକ୍ତ, ଶକ୍ତିହୀନ, 
ପରଭୋଜୀ ଓ ଯାଚକ,
ଏ ଅସମୟ ନିଦ ପାଇଁ
ମିଳିଛି ମୋତେ ଭୂଷଣ ଏତକ!

Comments

Popular posts from this blog

କହିଦେ କାଳିଆ ଥରେ

ଚାଲ ଥରେ ଗାଁର ମଣିଷଟେ ହେବା - ୧

ଝଡ଼ ପରର ସକାଳ