ଧର୍ମପଦ
ଧର୍ମପଦ
******
ଆଖି ଖୋଲିବା ପରେ
ଦେଖିଲି ଅକୁହା ଯନ୍ତ୍ରଣାରେ
ଅହରହ ପୀଡିତ
ବୋଉର ଶୁଖିଲା ମୁହଁ,
ସବୁ ଦୁଃଖ ଓ କ୍ରୋଧକୁ ପିଇଯାଇ
ପଥର ସହିତ ଅନବରତ ଲଢ଼ିବାର
ଜେଜେଙ୍କର ମୋହ,
ପୁଅ ଥାଇ ବି ହରାଇବାର
ଦୁଃଖରେ ଜର୍ଜରିତ
ଜେଜେମାର କୋହ,
ରାଜ୍ୟ କର୍ମେ ନିୟୋଜିତ
ପିତା ମୋର ଶିଳ୍ପୀ ଶ୍ରେଷ୍ଠ
ନଥିଲା ମୋ ପାଖେ
ତାଙ୍କ ପରିଚୟ,
ତେଣୁ ତ,
ରାମ, ମଧୁ, ହରିଆର
ତାଚ୍ଛଲ୍ୟ ମୋତେ କରୁଥିଲା
ଏତେ ଅସହାୟ !
ବଳିଆ ମୋ ବାଲ୍ୟ ସାଥି,
ଶ୍ଵାନ ନୁହେଁ ସେ ଥିଲା
ମୋପାଇଁ ସବୁଠୁଁ ବିଶ୍ୱସ୍ତ,
ସଭିଙ୍କ ଅଗୋଚରେ
ତା ସହ ଯାଇଥିଲି
ବାପାଙ୍କୁ ଖୋଜିବା ପାଇଁ
ଚନ୍ଦ୍ରଭାଗାର ଅର୍କକ୍ଷେତ୍ର,
ଲକ୍ଷ୍ୟ ଥିଲା ସେ କଳାକ୍ଷେତ୍ରେ
ମୋ ପିତାଙ୍କୁ ପାଇବି ନିଶ୍ଚିତ !
ହେଲେ ଜାଣି ମୁଁ ନଥିଲି
ସେଠିବି ଥିବ ସେହି
ଅସୂୟାର ଭାବ,
ପିତାପୁତ୍ର ମିଳନରେ
ମୋର ସାମର୍ଥ୍ୟ ହିଁ
ବିଘ୍ନ ଘଟାଇବ,
ମୋ ଉପସ୍ଥିତି
ବାର ଶହ ଶିଳ୍ପୀଙ୍କୁ
ଛୋଟ କରିଦେବ,
ମୋ କୁନି କୁନି ହାତର
ନିହାଣ ସ୍ପର୍ଶରେ
ଅଧାଗଢ଼ା କୋଣାର୍କ
ପୂର୍ଣ୍ଣ ହୋଇଯିବ !
ଶୁଣି ଥିଲି ବୋଉ ଠାରୁ
ଅଭିମନ୍ୟୁ, ଏକଲବ୍ୟ ଓ
ବେଲାଳସେନଙ୍କ ବୃତାନ୍ତ,
ସମାଜର ଅସହିଷ୍ଣୁ ଭାବ
ତାଙ୍କର କରିଥିଲା
ଅସମୟ ଅନ୍ତ,
ପ୍ରତ୍ୟକ୍ଷ ପ୍ରମାଣ
ଆଜି ମୁଁ ଧର୍ମପଦ,
ବଞ୍ଚିବାର ଇଛା ଥିଲା
ଯୁଗବ୍ୟାପି ଓ ଅନନ୍ତ,
ହେଲେ ଜଳିବା ପୂର୍ବରୁ
ମୁଁ ହେଲି ନିର୍ବାପିତ,
ଏହି କଣ ସମାଜର
ଚିରନ୍ତନ ସତ୍ୟ!
******
ଆଖି ଖୋଲିବା ପରେ
ଦେଖିଲି ଅକୁହା ଯନ୍ତ୍ରଣାରେ
ଅହରହ ପୀଡିତ
ବୋଉର ଶୁଖିଲା ମୁହଁ,
ସବୁ ଦୁଃଖ ଓ କ୍ରୋଧକୁ ପିଇଯାଇ
ପଥର ସହିତ ଅନବରତ ଲଢ଼ିବାର
ଜେଜେଙ୍କର ମୋହ,
ପୁଅ ଥାଇ ବି ହରାଇବାର
ଦୁଃଖରେ ଜର୍ଜରିତ
ଜେଜେମାର କୋହ,
ରାଜ୍ୟ କର୍ମେ ନିୟୋଜିତ
ପିତା ମୋର ଶିଳ୍ପୀ ଶ୍ରେଷ୍ଠ
ନଥିଲା ମୋ ପାଖେ
ତାଙ୍କ ପରିଚୟ,
ତେଣୁ ତ,
ରାମ, ମଧୁ, ହରିଆର
ତାଚ୍ଛଲ୍ୟ ମୋତେ କରୁଥିଲା
ଏତେ ଅସହାୟ !
ବଳିଆ ମୋ ବାଲ୍ୟ ସାଥି,
ଶ୍ଵାନ ନୁହେଁ ସେ ଥିଲା
ମୋପାଇଁ ସବୁଠୁଁ ବିଶ୍ୱସ୍ତ,
ସଭିଙ୍କ ଅଗୋଚରେ
ତା ସହ ଯାଇଥିଲି
ବାପାଙ୍କୁ ଖୋଜିବା ପାଇଁ
ଚନ୍ଦ୍ରଭାଗାର ଅର୍କକ୍ଷେତ୍ର,
ଲକ୍ଷ୍ୟ ଥିଲା ସେ କଳାକ୍ଷେତ୍ରେ
ମୋ ପିତାଙ୍କୁ ପାଇବି ନିଶ୍ଚିତ !
ହେଲେ ଜାଣି ମୁଁ ନଥିଲି
ସେଠିବି ଥିବ ସେହି
ଅସୂୟାର ଭାବ,
ପିତାପୁତ୍ର ମିଳନରେ
ମୋର ସାମର୍ଥ୍ୟ ହିଁ
ବିଘ୍ନ ଘଟାଇବ,
ମୋ ଉପସ୍ଥିତି
ବାର ଶହ ଶିଳ୍ପୀଙ୍କୁ
ଛୋଟ କରିଦେବ,
ମୋ କୁନି କୁନି ହାତର
ନିହାଣ ସ୍ପର୍ଶରେ
ଅଧାଗଢ଼ା କୋଣାର୍କ
ପୂର୍ଣ୍ଣ ହୋଇଯିବ !
ଶୁଣି ଥିଲି ବୋଉ ଠାରୁ
ଅଭିମନ୍ୟୁ, ଏକଲବ୍ୟ ଓ
ବେଲାଳସେନଙ୍କ ବୃତାନ୍ତ,
ସମାଜର ଅସହିଷ୍ଣୁ ଭାବ
ତାଙ୍କର କରିଥିଲା
ଅସମୟ ଅନ୍ତ,
ପ୍ରତ୍ୟକ୍ଷ ପ୍ରମାଣ
ଆଜି ମୁଁ ଧର୍ମପଦ,
ବଞ୍ଚିବାର ଇଛା ଥିଲା
ଯୁଗବ୍ୟାପି ଓ ଅନନ୍ତ,
ହେଲେ ଜଳିବା ପୂର୍ବରୁ
ମୁଁ ହେଲି ନିର୍ବାପିତ,
ଏହି କଣ ସମାଜର
ଚିରନ୍ତନ ସତ୍ୟ!
Comments
Post a Comment