ସ୍ୱାଧୀନତା

 
ସ୍ୱାଧୀନତା
*******
ହଁ ମୁଁ ସ୍ୱାଧୀନ, 
ଦୁଇ ଶହ ବର୍ଷର 
ବ୍ରିଟିଶ ଶାସନର
ଦାସତ୍ବରୁ ମୁକ୍ତି ପାଇ
ମୁଁ ଏବେ ନିଜେ ନିଜର ଅଧୀନ !
ମୋ ପରିବାର, ମୋ ବନ୍ଧୁ ଓ ସ୍ବଜନ, 
ମୋ ଭାଷା,  ମୋ ରାଜ୍ୟ, 
ମୋ ଚାଲିଚଳନ, 
ମୋ ଖାଦ୍ୟ, ମୋ ଐତିହ, 
ମୋ ସଂସ୍କୃତିର ଅଭିମାନ, 
ସବୁକୁ ତ୍ୟାଗ କରି, 
ମୁଁ ରୁହେ ଅନ୍ୟ ପ୍ରଦେଶରେ, 
କାରଣ ମୁଁ 'ଦାଦନ '
ତଥାପି ମୁଁ କହିବି 
ହଁ ମୁଁ ସ୍ୱାଧୀନ !
ହଁ ମୁଁ ସ୍ୱାଧୀନ, 
ମୋ ବାର୍ଦ୍ଧକ୍ୟ ଭତ୍ତାରୁ, 
ବିପିଏଲ ଚାଉଳରୁ, 
ଇନ୍ଦିରା ଆବାସ ପାଇଁ 
ମିଳୁଥିବା କିସ୍ତିରୁ, 
ସ୍ୱାସ୍ଥ୍ୟ ବୀମାରୁ, 
କୃଷି ଋଣରୁ,
ସରକାରୀ ସାହାଯ୍ୟରୁ, 
ବିନା ପ୍ରତିବାଦରେ 
ଦେବାକୁ ପଡେ ଅଂଶଧନ
ମୋ ପ୍ରତିନିଧି ମାନଙ୍କୁ, 
କାରଣ ଆମ ପାଇଁ
ଉତ୍ସର୍ଗୀକୃତ ତାଙ୍କ ସମ୍ପୂର୍ଣ ଜୀବନ, 
ହଁ ମୁଁ ସ୍ୱାଧୀନ !

Comments

Popular posts from this blog

କହିଦେ କାଳିଆ ଥରେ

ଚାଲ ଥରେ ଗାଁର ମଣିଷଟେ ହେବା - ୧

ଝଡ଼ ପରର ସକାଳ