ଦୁଃଖ

 ଦୁଃଖ 
*****
ଅନନ୍ତ କାଳରୁ 
ଅନବରତ ଓ 
ଅବିଶ୍ରାନ୍ତ ଭାବରେ 
ଅନ୍ତରର କଥାଟାକୁ 
ପ୍ରକାଶ କରିବାର 
ବ୍ୟର୍ଥ ପ୍ରୟାସରେ
ବିତାଉଛି ପ୍ରତିଟି ମୁହୂର୍ତ 
ମୁଁ ଅଶାନ୍ତ ସାଗର,
କିଏ କୁହେ ମୁଁ 
ଅସହିଷ୍ଣୁ ଓ ଅଧର୍ଯ୍ୟ, 
କିଏ କୁହେ ମୁଁ 
ସ୍ୱାର୍ଥପର ଓ ଅତ୍ୟନ୍ତ ଅସ୍ଥିର,
ସତରେ ନିଜ ଦୁଃଖ
କହି ନପାରିବାର
ଯନ୍ତ୍ରଣା ମଧ୍ୟରେ
ମୁଁ କେତେ ନାଚାର !

Comments

Popular posts from this blog

କହିଦେ କାଳିଆ ଥରେ

ଚାଲ ଥରେ ଗାଁର ମଣିଷଟେ ହେବା - ୧

ଝଡ଼ ପରର ସକାଳ