ବାଇମୁଣ୍ଡି -2
ବାଇମୁଣ୍ଡି -2
********
ସେଦିନ ବି ଆଜିପରି
ଭିଡ଼ ଲାଗିଥିଲା,
ସୈନ୍ୟ ସାମନ୍ତ ଗହଣରେ
ମାଛି ପଶିଲେ ନଵଖଣ୍ଡ
ସୁରକ୍ଷା ବଳୟ ମଧ୍ୟରେ
ମର୍କତ କେଶରୀ ଆସିଥିଲା,
କିଏ ଜଣେ କହୁଥିଲା
ସେ ଅଟେ ରାଜା,
ସବୁ କରିପାରେ,
କିଛି ଦୋଷ ନଥାଇବି
ଶୁଳୀ ଦେଇ ପାରେ,
ଭିକାରୀକୁ ଚାହିଁଲେବି
ଭରି ଦେବ ଐଶ୍ଵର୍ଯ୍ୟରେ,
ସ୍ୱୟଂ ଇନ୍ଦ୍ର କୁଆଡେ
ପରିଚାଳିତ ତାଙ୍କରି କଥାରେ!
ସେଦିନ ସକାଳେ
ତାକୁ ଦେଖି ମନେ ମୋର
ସାହସ ବାନ୍ଧିଲି,
ଶ୍ରାବଣର ଭୟକୁ
ସ୍ମରଣ କରିଲି,
କେଇ ଅଣା ଥିଲା
ମୋ ଜୀବନ ସମ୍ବଳ,
ତାକୁ ମୋ ଅଧା ଛିଣ୍ଡା
ଗାମୁଛାରେ ଗଣ୍ଠି ପକାଇଲି,
ମୃତ୍ୟୁ ଖୁବ ନିକଟରେ ଜାଣିବି
ସୈନ୍ୟ ଭିଡ଼ ଠେଲି ତା ପାଖକୁ
ଯିବାକୁ ପ୍ରୟାସ ମୁଁ କଲି !
ସେମାନେ ମୋତେ
ଧରିନେଲ ଦୋଷୀ ଟିଏ ପରି,
ଏହା ପରେ ମୃତ୍ୟୁ ଦଣ୍ଡ
ମୁଁ ଜାଣିଥିଲି,
ତଥାପି ସେହି ଏକା ଜିଦ,
ଛାମୁଙ୍କୁ ଭେଟିବି
ଥରୁଟିଏ ବୋଲି
ବାରମ୍ବାର କହୁଥିଲି !
ଦୂରରୁ ସେ ଦେଖି ଦେଲେ
ମୋ ଜୀର୍ଣ୍ଣ ଶୀର୍ଣ୍ଣ ରୂପ,
ନିର୍ଦେଶିଲେ ନେବାକୁ ମୋତେ
ତାଙ୍କର ସମୀପ,
ଜରାଜିର୍ଣ ମୋ ଶରୀର
ଅସ୍ତି କଙ୍କାଳ ପୂର୍ଣ୍ଣ,
ଅର୍ଦ୍ଧ ଲଗ୍ନ ଶରୀରରେ
ବସ୍ତ୍ର ମୋର ଶୀର୍ଣ୍ଣ,
ଏହା ଥିଲା ଯଥେଷ୍ଟ
ତାଙ୍କ ପାଇଁ ଜାଣିବାକୁ
ମୋ ଆସିବା କାରଣ,
ତେଣୁ ବୋଧେ ମନ୍ତ୍ରୀଙ୍କୁ
କହିଲେ ତତକ୍ଷଣ
ଦେବା ପାଇଁ ମୋତେ
କିଛି ସ୍ବର୍ଣ୍ଣ ଆଭୂଷଣ!
ଯୋଡ଼ ହସ୍ତେ ନିର୍ଭୟରେ
ପ୍ରାର୍ଥନା ମୁଁ କଲି,
ଆଜୀବନ ସମ୍ବଳ
ମୋ ଦୁଇ ଅଣା
ତାଙ୍କ ସମ୍ମୁଖେ ରଖିଲି,
କଟକକୁ ରଖ ବୋଲି
ନିବେଦନ କଲି,
ପ୍ରତି ବର୍ଷ ଶ୍ରାବଣରେ
ମରି ମରି ବଞ୍ଚୁଛି କଟକ,
ପଥର ବନ୍ଧଟେ କରି
ଦିଅ ଛାମୁ ସୁରକ୍ଷା କବଚ,
ଦିନ ହୀନ ଦରିଦ୍ର ମୁଁ
ମଣିଷର ନୁହେଁ ପଦବାଚ୍ୟ,
ଏତିକି ମିନତୀ ରଖ
ହେ ପ୍ରଭୁ ନରେଶ !
ଆଶ୍ଚର୍ଯ୍ୟ ଚକିତେ
ମୋର ଦୁଇ ଆଖି
ହେଲା ବିସ୍ପୋରିତ,
ଯେବେ ମୁଁ ଦେଖିଲି
ଛାମୁଙ୍କ ଆଖିରୁ
ଲୋତକର ଧାର
ବହୁଅଛି ଅବାରିତ,
ଜନରାଵ ଅଚାନକେ
ହୋଇ ଗଲା ଶାନ୍ତ,
ରାଜା ଯେବେ କହିଦେଲେ
କଟକର ଚତୃପାର୍ଶ୍ଵ
ହେବ ପ୍ରସ୍ତର ବଳୟ ଵିଶିଷ୍ଟ,
ନିର୍ଭୟେ ବାହିବେ ଜୀବନ
କଟକର ଅନ୍ତେବାସୀ
ଏହା ତାଙ୍କ ଅଟେ ଭୂସ୍ବର୍ଗ,
ଅତୁଟ ଅଜୟେ ହେବ
ତୁମର ଏ ବାଇମୁଣ୍ଡି ମାର୍ଗ !
ଏବେବି ତ ବଞ୍ଚେ ଆମେ
ସମସ୍ୟା ସହିତ,
ଏବେବି ତ ରାଜାସବୁ
ବଳୟ ବେଷ୍ଟିତ,
ସାଧାରଣ ଲୋକ ଏଠି
ପୂର୍ଣ୍ଣ ଆତଙ୍କିତ,
ମରି ମରି ପ୍ରତିକ୍ଷଣେ
ଆମେ ରହିଛୁ ଜୀବିତ,
ନିଜ ସ୍ୱାର୍ଥ ପାଇଁ
ଆମେ ସମସ୍ତେ ଚିନ୍ତିତ,
ତେଣୁ ତ ସମାଜ ବକ୍ଷେ
ମୁଁ ବାଇ ମୁଣ୍ଡି ମୃତ !
********
ସେଦିନ ବି ଆଜିପରି
ଭିଡ଼ ଲାଗିଥିଲା,
ସୈନ୍ୟ ସାମନ୍ତ ଗହଣରେ
ମାଛି ପଶିଲେ ନଵଖଣ୍ଡ
ସୁରକ୍ଷା ବଳୟ ମଧ୍ୟରେ
ମର୍କତ କେଶରୀ ଆସିଥିଲା,
କିଏ ଜଣେ କହୁଥିଲା
ସେ ଅଟେ ରାଜା,
ସବୁ କରିପାରେ,
କିଛି ଦୋଷ ନଥାଇବି
ଶୁଳୀ ଦେଇ ପାରେ,
ଭିକାରୀକୁ ଚାହିଁଲେବି
ଭରି ଦେବ ଐଶ୍ଵର୍ଯ୍ୟରେ,
ସ୍ୱୟଂ ଇନ୍ଦ୍ର କୁଆଡେ
ପରିଚାଳିତ ତାଙ୍କରି କଥାରେ!
ସେଦିନ ସକାଳେ
ତାକୁ ଦେଖି ମନେ ମୋର
ସାହସ ବାନ୍ଧିଲି,
ଶ୍ରାବଣର ଭୟକୁ
ସ୍ମରଣ କରିଲି,
କେଇ ଅଣା ଥିଲା
ମୋ ଜୀବନ ସମ୍ବଳ,
ତାକୁ ମୋ ଅଧା ଛିଣ୍ଡା
ଗାମୁଛାରେ ଗଣ୍ଠି ପକାଇଲି,
ମୃତ୍ୟୁ ଖୁବ ନିକଟରେ ଜାଣିବି
ସୈନ୍ୟ ଭିଡ଼ ଠେଲି ତା ପାଖକୁ
ଯିବାକୁ ପ୍ରୟାସ ମୁଁ କଲି !
ସେମାନେ ମୋତେ
ଧରିନେଲ ଦୋଷୀ ଟିଏ ପରି,
ଏହା ପରେ ମୃତ୍ୟୁ ଦଣ୍ଡ
ମୁଁ ଜାଣିଥିଲି,
ତଥାପି ସେହି ଏକା ଜିଦ,
ଛାମୁଙ୍କୁ ଭେଟିବି
ଥରୁଟିଏ ବୋଲି
ବାରମ୍ବାର କହୁଥିଲି !
ଦୂରରୁ ସେ ଦେଖି ଦେଲେ
ମୋ ଜୀର୍ଣ୍ଣ ଶୀର୍ଣ୍ଣ ରୂପ,
ନିର୍ଦେଶିଲେ ନେବାକୁ ମୋତେ
ତାଙ୍କର ସମୀପ,
ଜରାଜିର୍ଣ ମୋ ଶରୀର
ଅସ୍ତି କଙ୍କାଳ ପୂର୍ଣ୍ଣ,
ଅର୍ଦ୍ଧ ଲଗ୍ନ ଶରୀରରେ
ବସ୍ତ୍ର ମୋର ଶୀର୍ଣ୍ଣ,
ଏହା ଥିଲା ଯଥେଷ୍ଟ
ତାଙ୍କ ପାଇଁ ଜାଣିବାକୁ
ମୋ ଆସିବା କାରଣ,
ତେଣୁ ବୋଧେ ମନ୍ତ୍ରୀଙ୍କୁ
କହିଲେ ତତକ୍ଷଣ
ଦେବା ପାଇଁ ମୋତେ
କିଛି ସ୍ବର୍ଣ୍ଣ ଆଭୂଷଣ!
ଯୋଡ଼ ହସ୍ତେ ନିର୍ଭୟରେ
ପ୍ରାର୍ଥନା ମୁଁ କଲି,
ଆଜୀବନ ସମ୍ବଳ
ମୋ ଦୁଇ ଅଣା
ତାଙ୍କ ସମ୍ମୁଖେ ରଖିଲି,
କଟକକୁ ରଖ ବୋଲି
ନିବେଦନ କଲି,
ପ୍ରତି ବର୍ଷ ଶ୍ରାବଣରେ
ମରି ମରି ବଞ୍ଚୁଛି କଟକ,
ପଥର ବନ୍ଧଟେ କରି
ଦିଅ ଛାମୁ ସୁରକ୍ଷା କବଚ,
ଦିନ ହୀନ ଦରିଦ୍ର ମୁଁ
ମଣିଷର ନୁହେଁ ପଦବାଚ୍ୟ,
ଏତିକି ମିନତୀ ରଖ
ହେ ପ୍ରଭୁ ନରେଶ !
ଆଶ୍ଚର୍ଯ୍ୟ ଚକିତେ
ମୋର ଦୁଇ ଆଖି
ହେଲା ବିସ୍ପୋରିତ,
ଯେବେ ମୁଁ ଦେଖିଲି
ଛାମୁଙ୍କ ଆଖିରୁ
ଲୋତକର ଧାର
ବହୁଅଛି ଅବାରିତ,
ଜନରାଵ ଅଚାନକେ
ହୋଇ ଗଲା ଶାନ୍ତ,
ରାଜା ଯେବେ କହିଦେଲେ
କଟକର ଚତୃପାର୍ଶ୍ଵ
ହେବ ପ୍ରସ୍ତର ବଳୟ ଵିଶିଷ୍ଟ,
ନିର୍ଭୟେ ବାହିବେ ଜୀବନ
କଟକର ଅନ୍ତେବାସୀ
ଏହା ତାଙ୍କ ଅଟେ ଭୂସ୍ବର୍ଗ,
ଅତୁଟ ଅଜୟେ ହେବ
ତୁମର ଏ ବାଇମୁଣ୍ଡି ମାର୍ଗ !
ଏବେବି ତ ବଞ୍ଚେ ଆମେ
ସମସ୍ୟା ସହିତ,
ଏବେବି ତ ରାଜାସବୁ
ବଳୟ ବେଷ୍ଟିତ,
ସାଧାରଣ ଲୋକ ଏଠି
ପୂର୍ଣ୍ଣ ଆତଙ୍କିତ,
ମରି ମରି ପ୍ରତିକ୍ଷଣେ
ଆମେ ରହିଛୁ ଜୀବିତ,
ନିଜ ସ୍ୱାର୍ଥ ପାଇଁ
ଆମେ ସମସ୍ତେ ଚିନ୍ତିତ,
ତେଣୁ ତ ସମାଜ ବକ୍ଷେ
ମୁଁ ବାଇ ମୁଣ୍ଡି ମୃତ !
Comments
Post a Comment