ଡର

 ଡର

*****

ଶାନ୍ତ ସୁର୍ୟୋଦୟରେ
ଉତପ୍ତ ମଧ୍ୟାହ୍ନରେ
କ୍ଲାନ୍ତ ଅପରାହ୍ନରେ
ସନ୍ଧ୍ୟାର ମୁହଁ ଅନ୍ଧାରରେ ବା
ନିସ୍ତବ୍ଦ ମଧ୍ୟ ରାତ୍ରରେ,
ଏଠି ଡର କେମିତି
ଅନବରତ ରାଜତ୍ୱ କରୁଛି!
ମନ୍ଦିର ବେଢାରେ,
ଭଗବାନଙ୍କ ରତ୍ନ ସିଂହାସନରେ,
ଯୀଶୁଙ୍କ ଗୀର୍ଜା ଘରରେ,
ଆହ୍ଲାଙ୍କ ମସଜିଦରେ,
କବୀରଙ୍କ ଗୁରୁଦ୍ୱାରରେ
ପ୍ରଶାନ୍ତ ବୌଦ୍ଧ ସ୍ତୁପରେ
ଡରଟା ନିଜର ଆସ୍ଥାନ
ଜମାଇ ଦେଇଛି!
ବିଦ୍ୟାଳୟ ଠୁଁ କାର୍ଯ୍ୟାଳୟ
କୃଷିକ୍ଷେତ୍ର ଠୁଁ ନ୍ୟାୟାଳୟ
ବଜାର ଠୁଁ ଚିକିତ୍ସାଳୟ
ସବୁଠିଁ ଡରର
ଆଧିପତ୍ୟ ଅଛି!
ଜଳ, ସ୍ଥଳ, ଆକାଶରେ
ଅଗ୍ନି, ବାୟୁ, ବନାନୀରେ
ଫଳ, ପୁଷ୍ପ, ଔଷଧିରେ
ଏ ଡରଟା ପରିବ୍ୟାପ୍ତ ହୋଇଛି,
ଜୀବନର ପ୍ରତିଟି ମୁହୂର୍ତ୍ତକୁ
ଏ ଡର ନିଜର କରିଛି!

 

Comments

Popular posts from this blog

କହିଦେ କାଳିଆ ଥରେ

ଚାଲ ଥରେ ଗାଁର ମଣିଷଟେ ହେବା - ୧

ଝଡ଼ ପରର ସକାଳ