ଝଡ଼ ପରର ସକାଳ

 

ଝଡ଼ ପରର ସକାଳ

**************

ମୃତ୍ୟୁକୁ ସାମ୍ନାରେ ଦେଖିବାର

ଆଶଙ୍କା ଓ ଅନୁଭୂତି

ଅପସରି ଗଲାପରେ

ସବୁଠିଁ ଖାଲି ନୀରବତା,

ଧ୍ବଂସାବଶେଷରୁ ଜୀବନକୁ

ଖୋଜୁ ଖୋଜୁ ମିଳୁଛି

ଆଞ୍ଜୁଳି ଭରା ଦୁଃଖ

କିଛି ଆଶ୍ବସ୍ତି ଓ ଅସହାୟତା!

ଭାଙ୍ଗିଯାଇଥିବା ହୃଦୟ

ସାହସ ବାନ୍ଧୁଛି

ପୁନଃ ଯୋଡ଼ିହେବା ପାଇଁ,

ଅଙ୍କୁରିତ ହେଉଛି

ଗଢିବାର ସ୍ବପ୍ନ

ଧ୍ବଂସର ଲକ୍ଷ୍ମଣ ରେଖା ଡେଇଁ!

ସମ୍ଭାବନା ସବୁ

ପୁଣି ଜମାଟ ବାନ୍ଧୁଛନ୍ତି

ନହୋଇ ଦୁର୍ବଳ,

କାଳ ରାତ୍ରିର

ଅବସାନ ପରେ ଆସିଛି

ଝଡ଼ ପରର ସକାଳ!

Comments

Popular posts from this blog

କହିଦେ କାଳିଆ ଥରେ

ଚାଲ ଥରେ ଗାଁର ମଣିଷଟେ ହେବା - ୧