ପତ୍ରଝଡା Get link Facebook X Pinterest Email Other Apps July 20, 2021 ପତ୍ରଝଡା*****ନିୟତୀର ସୂଚୀପତ୍ର,ଆକସ୍ମିକ ଦୁର୍ବିପାକ ବାଅସହ୍ୟ ତାରତମ୍ୟରନିଷ୍ଠୁର ପ୍ରତିଫଳନ,କିନ୍ତୁ ଅନ୍ତରାଳେସମ୍ଭାବନାର ଏକ ସୁନ୍ଦର ଜୀବନ!ହେଲେ ବସା ବାନ୍ଧିଥିବାପକ୍ଷୀସବୁ ଭୁଲି ଯାନ୍ତିସାକାର କରିଥିବାଅତୀତର ସବୁ ସ୍ବପ୍ନ,ବାଟୋଇଟା ଦଣ୍ଡେବି ଚାହେଁନିମନେ ବି ପକାଏନିଏହି ବୃକ୍ଷ ତଳେ କେତେଶୀତଳତା ପୂର୍ଣ୍ଣ ଥିଲାବିଗତ ଗ୍ରୀଷ୍ମର ମଧ୍ୟାହ୍ନ! Get link Facebook X Pinterest Email Other Apps Comments
କହିଦେ କାଳିଆ ଥରେ July 03, 2023 କାଳିଆରେ, ଜନ୍ମ ବେଦୀରେ କଥାଦେଇଥିଲୁ ମାଉସୀ ମା କୁ ତୋରେ, ସବୁ ନିତୀକାନ୍ତି ଛାଡି ତା ପାଖକୁ ଆସିବୁ ବର୍ଷକେ ଥରେ | କାହିଁ କେତେଦିନ ବିଗତ ହୋଇଛି ହିସାବ ନାହିଁ ତାହାର, ପାଳୁଛୁ ନିରନ୍ତେ ଦିଆ କଥାକୁ ତୁ ନାହଁ ବ୍ୟତିକ୍ରମ ତାର| ଜନ୍ମ ବେଦୀ କଥା ମନେତୁ ରଖିଛୁ ଭୁଲିନୁ କର୍ତ୍ତବ୍ୟ ତୋର , ବର୍ଷକୁ ଥରେ ତୋ ଲିଳାଖେଳାରେ ହସେ ତୋ ମାଉସୀ ଘର| ହସେ ତୋ ମାଉସୀ, ହସନ୍ତି ପଡୋଶୀ, ଉଲ୍ଲାସେ ନଗରବାସୀ, ଗର୍ବରେ କୁହନ୍ତି କାଳିଆ ତାଙ୍କର ଦୁଃଖ ଦୂର କରେ ଆସି| ହେଲେରେ କାଳିଆ, କାହିଁକି କେଜାଣି ମନ ମୋ ବୁଝୁନି ଜମା, ଦୂର ସହରକୁ ଯାଇଛି ମୋ କୁନା ହୋଇନାହିଁ ଘର ମନା| ପେଟ ଚାଖଣ୍ଡକ ଭରଣ ପାଇଁ ସେ ଯାଇଥିଲା ବିଦେଶକୁ, ସେବେ ଠୁଁ ଚାହିଁଛି ଆସିବ କେବେ ସେ ମୋ ଭଙ୍ଗା କୁଡିଆକୁ | ଚାହିଁ ରହିଛନ୍ତି ତା ଷଠି ଘର ଚାଟଶାଳୀ ଓ ତା ସାଥି, ତା ଚଲାବାଟ ତା ଅଳି ଅଝଟ ସବୁ ପାଲଟିଛି ସ୍ମୃତି| କିଏ କହେ ସିଏ ବଡ ବାବୁ ଏବେ ଆଗେ ପିଛେ ତାର ଲୋକ , ଅଜସ୍ର ଦାୟିତ୍ବ ତା କାନ୍ଧ ଉପରେ ତେଣୁ ସେ କାର୍ଯ୍ୟ ମନସ୍କ | ମା ମାଟି ପାଇଁ ସେ ଅଟେ ମହାନ ପ୍ରତି ଜନ ଏଠି ଝୁରେ, ତଥାପି ମୋ କୁନା ଆସୁନି କାହିଁକି କହିଦେ କାଳିଆ ଥରେ| Read more
କିଏ ସିଏ July 20, 2021 କିଏ ସିଏ ******** ସମୁଦ୍ରର ଢେଉରେ ହଜି ଯାଉଥିବା ମୁକ୍ତା ବିନ୍ଦୁ ସବୁକୁ ଗୋଟିଏ ମାଳାରେ ବାନ୍ଧି ରଖିବାର ସଫଳ ରୂପାୟନର ଅଭିବ୍ୟକ୍ତି ସେ , ଆଷାଢର ବାରିଧାରେ ମୁକ୍ତ ଆକାଶ ତଳେ ଭିଜୁଥିବା କାନଭାସରେ ଅମୂଲ୍ୟ ଛବି ଗୁଡ଼ିକୁ ସଂରକ୍ଷିତ ରଖିବାର ଅଦମ୍ୟ ପ୍ରୟାସ ସେ , କାଳଗ୍ରାସୀ ଭୂଚଳନରେ ଅସ୍ତିତ୍ୱ ହରାଉ ଥିବା ଶିଳା ଖଣ୍ଡକୁ ବାନ୍ଧିରଖିବାର ଦୁର୍ବାର ପ୍ରଚେଷ୍ଟା ସେ , ମୁଁ ଠାରୁ ଅଲଗା ହୋଇ ଅସହାୟ ଯନ୍ତ୍ରଣାରେ ଜର୍ଜରିତ ଆତ୍ମା ଗୁଡିକୁ ସ୍ୱାଭିମାନର ମନ୍ତ୍ରରେ ଉଦବୃଦ୍ଧ କରିଥିବା ମହାସ୍ତୋତ୍ର ଟିଏ ସିଏ , କଳିଙ୍ଗ , ଉତ୍କଳ , ଓଡିଶାର ସ୍ୱତନ୍ତ୍ର ପରିଚୟ ସେ , କୁଳବୃଦ୍ଧ , ଉତ୍କଳଗୌରବ , ଯୁବ ଚେତନାର ଅପରାଜେୟ ଧ୍ୱଜାବାହକ ମଧୁବାବୁ ସେ! Read more
ମାଟିର ସ୍ବର March 28, 2023 ମାଟିର ସ୍ବର ହୃଦୟର କେଉଁ ନିଭୃତ କୋଣରେ ଉଙ୍କି ମାରେ ସଦା ପ୍ରଶ୍ନ ଟିଏ, ଚଳ ଚଞ୍ଚଳ ମୋ ଉତ୍କଳ ଭୂଇଁରେ ଶିଥିଳତା ବୀଜ ବୁଣିଲା କିଏ? ଯେଉଁ ଉତ୍କଳୀୟ ରଣ ହୁଙ୍କାରରେ ଥରି ଉଠୁଥିଲା ଭାରତ ବର୍ଷ, ସେହି ବୀର ଭୂମି ବକ୍ଷୁ ଆସୁଛି ଅସହାୟତାର ଦୀର୍ଘ ଶ୍ବାସ! ଯାହାର କୋଳରେ ଜନ୍ମ ନେଇଥିଲେ ମଧୁ, ଗୋପବନ୍ଧୁ, ବକ୍ସି ଓ ବାଜି, ସେ ମା କୋଳରେ ନିର୍ଭୟେ ବୁଲନ୍ତି ଚୋରା ଖଣ୍ଟ ଏବଂ ତସ୍କର ପାଜି| ସମ୍ପଦମୟ ମୋ ଜନ୍ମ ଭୂମିରେ ସଦା ହସୁଥିଲା ସୁନାର ଶସ୍ୟ, ତାହାରି ବକ୍ଷରେ ବହୁଅଛି ଆଜି ବୁଭୁକ୍ଷୁଙ୍କର ଉଷ୍ମ ଶ୍ବାସ| ଧରମାର କୀର୍ତ୍ତି ଏବେବି ରହିଛି ଚନ୍ଦ୍ରଭାଗର ବେଳା ଭୂମିରେ, ପ୍ରୁରୁଷୋତ୍ତମ ଶୋଭା ପାଉଛନ୍ତି ମୁକ୍ତି ଧାମର ଶ୍ରୀମନ୍ଦିରରେ| ଅହିଂସାର ବାଣୀ କରେ ପ୍ରଚାର ଧଉଳି ପାହାଡ ସଗର୍ବେ ଆଜି , ଏବେବି ରହିଛି ବାରବାଟୀ ଦୁର୍ଗ ଓଡିଆ ବୀରତ୍ଵ ସ୍ମାରକ ସାଜି| ବକୁଳ ବନର ପଞ୍ଚସଖା ଜ୍ଞାନ ଆହରଣ କରି ବୁଲନ୍ତି ଥୋକେ, ଆବଶ୍ୟକ ବେଳେ ଆସେନା କାହିଁକି ସେ ଅମୂଲ୍ୟ ବାଣୀ ତାଙ୍କରି ମୁଖେ! ବୀର ପ୍ରସବିନୀ ସେ ବୀରା ଜନନୀ ନିରବେ ବାହୁଛି ଆଖିରୁ ଲୁହ, ତାହାରି କୋଳରେ ତା ସନ୍ତାନ ବଢେ ବୁଝି ପାରେନା ତା ଅନ୍ତର କୋହ| ଭାରତ ବର୍ଷର ଅର୍ଥ ଦରବାରେ ନିସ୍ଵ ରୂପେ ଗଣା ମୋ ଜନନୀ, ପ୍ରକୃତି ଦେଇଛି ଅଜସ୍ର ସମ୍ପଦ କିନ୍ତୁ ତା ସନ୍ତାନ ତାକୁ ବୁଝୁନି | ଉଚ୍ଚ ଶିକ୍ଷା କରି ବୋଲାଏ ଶିକ୍ଷିତ ବୁଝେନା ତାର କୌଳିକ ବୃତ... Read more
Comments
Post a Comment