ଗୋପବନ୍ଧୁ
ଗୋପବନ୍ଧୁ
*********
ଏବେବି ଜୀବନ
ଓ ମରଣ ମଧ୍ୟେ
ସୂତା ଖିଅର ଅନ୍ତର,
ଦ୍ୱାର ଖୋଲିଦେଲେ
ନିଶ୍ଚିତ ମୃତ୍ୟୁର ଡର,
ଭଙ୍ଗା କୁଡ଼ିଆ ହେଉ
ଅଥବା ରାଜ ନଅର,
ସବୁଠୁଁ ଦୀର୍ଘଶ୍ୱାସ
ଆସେ
ସେହି ଅନିଶ୍ଚିତତାର,
ଅବିଶ୍ରାନ୍ତ ସଂଘର୍ଷ ଏ
ଜୀବନ ଓ ମୃତ୍ୟୁର!
ଏବେବି ତୁମ ଉପସ୍ଥିତି
ଜଳାଏ ଦୀପ ବିଶ୍ୱାସର,
ହାରିବା ମନରେ
ସୃଷ୍ଟି କରେ ସ୍ବପ୍ନ ଜିତିବାର,
ମୃତ୍ୟୁର ଉପତ୍ୟକାରୁ ଶୁଭେ
ସଂଗୀତ ଜିଇଁବାର,
ସ୍ୱାର୍ଥର ପୂର୍ଣ୍ଣାହୁତିରୁ
ଜନ୍ମ ହୁଏ ବିରଳ ତ୍ୟାଗର!
Comments
Post a Comment