ବାହୁଡା଼

 ବାହୁଡା଼

******

ଲିଭି ଆସୁଥିବା କୁନି କୁନି

ପାଦ ଚିହ୍ନକୁ ଗାଁ ଦାଣ୍ଡରେ,

ଖେଳ ପଡିଆରେ, ଆମ୍ବତୋଟାରେ

ନଦୀ ପଠାରେ ଖୋଜିବାର ବେଳ,

ହଁ ଏବେ ବାହୁଡ଼ିବା ବେଳ!

ଅନବରତ ଧାଉଁଥୁବା

ଦିଗବଳୟ ମୁହାଁ ମଣିଷଟି

ସ୍ବପ୍ନ ଗୁଡାକୁ ତା ଷଠି ଘରକୁ

ଫେରାଇ ଦେବାର ବେଳ,

ହଁ ଏବେ ବାହୁଡ଼ିବା ବେଳ!

ଦୁବରୁ ଧୃମ ହେବାର ମହାଯାତ୍ରାରେ

ଭେଟିଥିବା ଚିହ୍ନା ମୁହଁ ସବୁ

କିଛି ହଜି ଗଲେଣି ଆଉ କିଛି

ହଜିବାର ପ୍ରୟାସ ମଧ୍ୟରେ,

ସେମାନଙ୍କୁ ଖୋଜିବାର ବେଳ

ହଁ ଏବେ ବାହୁଡ଼ିବା ବେଳ!

ସେଦିନର ବାଲିଘରକୁ

ଆକାଶ ପର୍ଯ୍ୟନ୍ତ ପରିବ୍ୟାପ୍ତ

କରିବାର ଦୁର୍ବାର ଅଭିପ୍ସା

ଓ ବାଲିଘର ସାଥିଙ୍କ ଶୁଭେଚ୍ଛା

ଏବେ ସ୍ମୃତିରେ କେବଳ

ତାକୁ ଆଉଥରେ ଗଢିବାର ବେଳ,

ହଁ ଏବେ ବାହୁଡ଼ିବା ବେଳ!

Comments

Popular posts from this blog

କହିଦେ କାଳିଆ ଥରେ

ଚାଲ ଥରେ ଗାଁର ମଣିଷଟେ ହେବା - ୧

ଝଡ଼ ପରର ସକାଳ