ଚାଲ ଥରେ ଗାଁର ମଣିଷଟେ ହେବା - ୧
ଚାଲ ଥରେ ଗାଁର ମଣିଷଟେ ହେବା - ୧
---------------------
ଚାଲ ଥରେ ଗାଁର ମଣିଷଟେ ହେବା
ଆମେ ପଢିଥିବା ସ୍କୁଲ ଟିକେ ବୁଲି ଆସିବା,
ଗାଁର ସେ କୁନି ପିଲାଙ୍କୁ କିଛି ପ୍ରଶ୍ନ ପଚାରିବା,
ତାଙ୍କ ସହ ମିଶି ପୁଣିଥରେ ଆମ ପିଲା ଦିନକୁ ଖୋଯିବା,
ହୁଏତ ଆମ ଗାଁରେ ବିକାଶର ସ୍ବରୁପ ଦେଖିବା,
ଖୁବ୍ ସହଜ କାମଟିଏ,
ନିଜ କଥା ସହିତ ଗାଁ କଥା ଟିକେ ଭାବିବା |
ଚାଲ ଥରେ ଗାଁର ମଣିଷଟେ ହେବା
ଆମ ବାଲ୍ୟ ସାଙ୍ଗ ଚଗଲାର କାନ୍ଧରେ
ହାତ ରଖି ତା ଭଲ ମନ୍ଦ ପଚାରିବୁଝିବା,
ତା ପିଲାର ପାଠ ପଢା, ତା ଚାଷ, ତା ସ୍ବାସ୍ଥ୍ୟ ପାଇଁ
କିଛି ଆବଶ୍ୟକ ଉପଦେଶ ଦେବା,
ପିଲାଦିନ କିଛି ସ୍ମୃତି ରୋମନ୍ଥନ କରି
ତାକୁ କିଛି କ୍ଷଣ ପାଇଁ ଅତୀତକୁ ନେବା,
ନିଜେ ହସି ତାକୁ ହସାଇବାର ପ୍ରୟାସରେ
ତା ଜୀବନରେ ବିକାଶର ନୂଆ ରଙ୍ଗ ଦେବା
ଚାଲ ଥରେ ଗାଁର ମଣିଷଟେ ହେବା
ବାଲ୍ୟକାଳର ସେ ମୁରବି ମାନଙ୍କ
ଆକଟକୁ ଥରେ ମନେ ପକାଇବା,
ଗନମାମୁଁ, ରଘୁନନା, ଧୋବାଅଜା ମାନଙ୍କୁ
ଟିକେ ଅତୀତରୁ ଖୋଜିବା,
ତାଙ୍କ ପରି ନହେଲେବି
ସେଭଳି ଟିକେ ପ୍ରୟାସ କରିବା,
ଆମ ପିଲାଙ୍କୁ ଗଢିବା ସହିତ
ଗାଁର କୁନା, ମୁନାଙ୍କୁ ଆକଟ କରିବା,
ଆମର ଏ ଛୋଟ ପ୍ରୟାସରେ
ନିଶ୍ଚୟ ଗାଁର ବିକାଶ ପାଇବା
ନିଶ୍ଚୟ ଗାଁର ବିକାଶ ପାଇବା
.........
Comments
Post a Comment