କହିଦେ କାଳିଆ ଥରେ
କାଳିଆରେ, ଜନ୍ମ ବେଦୀରେ କଥାଦେଇଥିଲୁ ମାଉସୀ ମା କୁ ତୋରେ, ସବୁ ନିତୀକାନ୍ତି ଛାଡି ତା ପାଖକୁ ଆସିବୁ ବର୍ଷକେ ଥରେ | କାହିଁ କେତେଦିନ ବିଗତ ହୋଇଛି ହିସାବ ନାହିଁ ତାହାର, ପାଳୁଛୁ ନିରନ୍ତେ ଦିଆ କଥାକୁ ତୁ ନାହଁ ବ୍ୟତିକ୍ରମ ତାର| ଜନ୍ମ ବେଦୀ କଥା ମନେତୁ ରଖିଛୁ ଭୁଲିନୁ କର୍ତ୍ତବ୍ୟ ତୋର , ବର୍ଷକୁ ଥରେ ତୋ ଲିଳାଖେଳାରେ ହସେ ତୋ ମାଉସୀ ଘର| ହସେ ତୋ ମାଉସୀ, ହସନ୍ତି ପଡୋଶୀ, ଉଲ୍ଲାସେ ନଗରବାସୀ, ଗର୍ବରେ କୁହନ୍ତି କାଳିଆ ତାଙ୍କର ଦୁଃଖ ଦୂର କରେ ଆସି| ହେଲେରେ କାଳିଆ, କାହିଁକି କେଜାଣି ମନ ମୋ ବୁଝୁନି ଜମା, ଦୂର ସହରକୁ ଯାଇଛି ମୋ କୁନା ହୋଇନାହିଁ ଘର ମନା| ପେଟ ଚାଖଣ୍ଡକ ଭରଣ ପାଇଁ ସେ ଯାଇଥିଲା ବିଦେଶକୁ, ସେବେ ଠୁଁ ଚାହିଁଛି ଆସିବ କେବେ ସେ ମୋ ଭଙ୍ଗା କୁଡିଆକୁ | ଚାହିଁ ରହିଛନ୍ତି ତା ଷଠି ଘର ଚାଟଶାଳୀ ଓ ତା ସାଥି, ତା ଚଲାବାଟ ତା ଅଳି ଅଝଟ ସବୁ ପାଲଟିଛି ସ୍ମୃତି| କିଏ କହେ ସିଏ ବଡ ବାବୁ ଏବେ ଆଗେ ପିଛେ ତାର ଲୋକ , ଅଜସ୍ର ଦାୟିତ୍ବ ତା କାନ୍ଧ ଉପରେ ତେଣୁ ସେ କାର୍ଯ୍ୟ ମନସ୍କ | ମା ମାଟି ପାଇଁ ସେ ଅଟେ ମହାନ ପ୍ରତି ଜନ ଏଠି ଝୁରେ, ତଥାପି ମୋ କୁନା ଆସୁନି କାହିଁକି କହିଦେ କାଳିଆ ଥରେ|