ସେବେ ଓ ଏବେ

ସେବେ ଓ ଏବେ !
*************
ବେଳ ଥିଲା 
ବାଡି ଆସୁଛି ଶୁଣିବା ମାତ୍ରେ 
ତାଟି କବାଟ ପଡିଯାଉଥିଲା, 
ଅନ୍ଧାର ଆସିବା ମାତ୍ରେ 
ନିଜକୁ ଲୁଚାଇ ରଖୁଥିଲେ
ମଣିଷ ଗୁଡାକ, 
ଏକ କଳ୍ପିତ ମୃତ୍ୟୁର
ବାହକ ଡରରେ, 
କିଛି ବୁଭୁକ୍ଷୁ ମୃତ୍ୟୁର ଭୟକୁ 
ଅଣଦେଖା କରି
ଆଗକୁ ଆସୁଥିଲେ
ଆତଙ୍କିତ ମଣିଷଙ୍କ 
ଭରସା ସାଜି ବିଭିନ୍ନ ରୂପରେ, 
କେବେ କାଳିକା, କେବେ ତାନ୍ତ୍ରିକ
ବା କେବେ ସାଧକର ଅବୟବରେ !
ଆମେ କହୁ ସେମାନଙ୍କୁ ପ୍ରବଞ୍ଚନାର 
ଅନନ୍ୟ ଅବତାର, 
ଅନ୍ଧବିଶ୍ୱାସର ପ୍ରତୀକ, 
ଅଶିକ୍ଷିତ ସମାଜର ଜ୍ୱଳନ୍ତ ପ୍ରମାଣ !
କିନ୍ତୁ 
ଏବେ ତ ବେଶୀ ବଦଳିନି, 
ଏବେ ବି ମହାମାରୀ ଆସୁଛି 
ସାରା ବିଶ୍ୱରେ ଏକ ସମୟରେ, 
ଏବେ ବି ଏହାର ପ୍ରତିକାର ପାଇଁ 
ପୂଜା ପାଠ, ଯଜ୍ଞ, ପ୍ରାର୍ଥନା 
ଓ ସ୍ୱତନ୍ତ୍ର ନମାଜ ହେଉଛି, 
ସାଧାରଣ ମଣିଷର ବିଶ୍ୱାସକୁ 
ଅକ୍ତିଆର କଲାପରେ !
ଅବାନ୍ତର ବାର୍ତ୍ତା ସବୁ 
ଆମ ମନକୁ ଛୁଉଁଛି, 
ବିଶ୍ୱାସ ଜାଗାଉଛି
ସାମାଜିକ ଗଣମାଧ୍ୟମରେ, 
ଅଜବ ପଦାର୍ଥ ସବୁ ବିକ୍ରି ହେଉଛି 
କରୋନା ର ପ୍ରତିଷେଧକ ରୂପରେ !
ବିଶ୍ୱ ଅର୍ଥନୀତି ଦୋହଲି ଯାଉଛି
କିଛି ପ୍ରଯୋଜିତ  ମିଥ୍ୟା ପ୍ରଚାରରେ!
ବେଶୀ କିଛି ପାର୍ଥକ୍ୟ ନାହଁ 
ସେବେଳ ଓ ଏବେଳ ମଧ୍ୟରେ ! 

Comments

Popular posts from this blog

କହିଦେ କାଳିଆ ଥରେ

ଚାଲ ଥରେ ଗାଁର ମଣିଷଟେ ହେବା - ୧

ଝଡ଼ ପରର ସକାଳ