Posts

Showing posts from 2020

ରାକ୍ଷୀ

ରାକ୍ଷୀ  ମୁଁ ରାକ୍ଷୀଟିଏ  ଅମୃତ ବନ୍ଧନର  ଚିରନ୍ତନ ସାକ୍ଷୀଟିଏ,  ହସ କାନ୍ଦ, ରାଗ ରୁଷା  ମାନ ଓ ଅଭିମାନର  ଅଭୁଲା ପଂକ୍ତିଟିଏ,  ହୃଦୟରୁ ନିସୃତ  ଅଭୁଲା କିନ୍ତୁ ଅକୁହା  କଥାର ପବିତ୍ର ଧାରାଟିଏ,  ମୁକ କିନ୍ତୁ ପ୍ରଗଳ୍ଭତାର  ସ୍ମାରକଟିଏ,  ଅମ୍ଲାନ ପ୍ରେମର  ଅତୁଟ ବନ୍ଧନଟିଏ,  ଭଲପାଇବାର  ଅଭେଦ୍ୟ କବଚ ଟିଏ,  ମୁଁ ରାକ୍ଷୀଟିଏ  ହୃଦୟର ଚିରସବୁଜ  ଶାଶ୍ୱତ ଅଭିବ୍ୟକ୍ତଟିଏ !

ତୁମ ବିନା

ତୁମ ବିନା (A tribute to Utkala Gourab) କ୍ଷୁଦାର ଆତୁରତାରେ ପ୍ରକୃତିର ଅସହାୟତାରେ ଶାସକର ଅବିଚାରରେ ପଡୋଶୀର ଷଡଯନ୍ତ୍ରରେ ମୁରବୀଙ୍କ ନିରବତାରେ ସ୍ତବ୍‌ଦ ଓ ନିଃସହାୟ ଥିଲା ଏହି ମାଟି ଅଷ୍ଟାଦଶ ଶତାଦ୍ଦିର ଦ୍ବିତୀୟାର୍ଦ୍ଦରେ୤ ସମୁଦ୍ରର ବେଳାଭୂମୀରୁ ସବୁଜ ବନାନୀରୁ ବୀସ୍ତିର୍ଣ୍ଣ ଚରାଭୂଇଁରୁ ଅଙ୍କାବଙ୍କା ଗ୍ରାମ୍ୟ ରାସ୍ତାରୁ ଅବଧାନଙ୍କ ଚାଟଶାଳୀରୁ ଗ୍ରାମଦେବତୀଙ୍କ ମନ୍ଦିର ବେଢାରୁ ପରମ୍ପରାର ପ୍ରତୀକ ଭାଗବତ ଟୁଙ୍ଗିରୁ ହଜିଥିଲା ଉତ୍କଳୀୟତାର ଚିହ୍ନ, ଲିଭିବାକୁ ପ୍ରୟାସରତ ଥିଲା ବୀର କଳିଙ୍ଗଙ୍କ ସ୍ମୃତି, କ୍ଷୁଦା ଓ ଷଡଯନ୍ତ୍ରର ଶୀକାର ଓଡିଆଙ୍କ ମାନସ ପଟରୁ୤ ଅଶୋକଙ୍କ ଶୀଳା ଲିପିକୁ ଶାରଳା ଦାସଙ୍କ ମହାଭାରତକୁ ବଳରାମଙ୍କ ଲକ୍ଷ୍ମୀପୁରାଣକୁ ଜଗନ୍ନାଥ ଦାସଙ୍କ ଭାଗବତକୁ ଇତିହାସର ମୁକ ଶାଖୀକୁ କୋଣାର୍କର ଅମର କୀର୍ତ୍ତୀକୁ ଜଉଗଡର ଆଦ୍ୟ ଶବ୍ଦକୁ ଦୁଇ ହଜାର ବର୍ଷ ପୁରୁଣା ଆମ ମାତୃଭାଷକୁ, ବିଲୋପ କରିବାର ଦୁର୍ବାର ପ୍ରୟାସରତ ଥିଲେ ଷଡଯନ୍ତ୍ରକାରୀ ଲୋପ କରିବାକୁ ଆମ ଅସ୍ତିତ୍ବକୁ୤ ଏମିତି ଏକ ଅସହାୟ ମୁହୁର୍ତ୍ତରେ ତୁମେ ଆସିଲ ଜାତୀୟତାର ସ୍ବପ୍ନ ନେଇ, ବୁଭୁକ୍ଷୁରେ ଅନ୍ତରରେ ଝଙ୍କୃତ କଲ ମାତୃବନ୍ଦନାର ଅଭୂଲା ସଂଙ୍ଗୀତ, ହାଅନ୍ନ ଶବ୍ଦରୁ ପ୍ରତିଧ୍ବନିତ ହେଲା ଓଡିଆ ସ୍ବାଭିମାନ, କଙ୍କାଳମୟ ଧରିତ୍ରୀ ହଠ...

ମୁଁ ଦୀପଟିଏ

ମୁଁ ଦୀପଟିଏ ମୁଁ ଦୀପଟିଏ ପବିତ୍ରତାର ମନ୍ତ୍ରଟିଏ ବିଶ୍ୱାସର ପ୍ରତିକଟିଏ ଦୃଢତାର ସ୍ଵରଟିଏ ନୀରବତାର ସାକ୍ଷୀଟିଏ ସ୍ୱତନ୍ତ୍ରତାର ପକ୍ଷୀଟିଏ ଏକତାର ସୂତ୍ରଟିଏ ମୁକ୍ତିର ପଥଟିଏ ଭରସାର ଉତ୍ସ୍ୱାସଟିଏ ବଞ୍ଚିବାର ନିଶାଟିଏ ଶାନ୍ତିର ବାର୍ତ୍ତାଟିଏ ସୀମାହୀନ ଆଶାଟିଏ ମୁଁ ଦୀପଟିଏ ! ନିରାଶ୍ରୟର ଆଶ୍ରାଟିଏ ଅତୀତର ସ୍ମୃତିଟିଏ ଦିଗହରାର ଦିଗଟିଏ ଧାଇଁବାର ନିଶାଟିଏ ଜିତିବାର ଲକ୍ଷ୍ୟଟିଏ ମୁଁ ଦୀପଟିଏ !

ଚାଲ ଥରେ ଗାଁର ମଣିଷଟେ ହେବା-୨

ଚାଲ ଥରେ ଗାଁର ମଣିଷଟେ ହେବା-୨ ଚାଲ ଥରେ ଗାଁର ମଣିଷଟେ ହେବା ସଞ୍ଜ ନଇଁ ଗଲାପରେ ନିଜକୁ ନିଜ ମଧ୍ୟେ ନଲୁଚାଇ ଗାଁ ମୁଣ୍ଡ ଥୁଣ୍ଟା ବରଗଛ ଆଡେ ବୁଲି ଆସିବା, ଆମରି ସାମ୍ନାରେ ଜନ୍ମ ନେଇଥିବା ହରି, ମଧୁ ଆଦିଙ୍କୁ ନିଶାରେ ଅଣାୟତ ଅବସ୍ଥାରେ ଦେଖି ପାରିବା, ଅସହ୍ୟ ଓ ଅସହାୟ ଲାଗିବ ନିଶ୍ଚୟ, ତଥାପି ମୁହଁ ସେଠୁ ନଫେରାଇ ଏହାର କାରଣ ଖୋଜିବା, ଗାଁ ଚାହା ଦୋକାନ ଓ ପାନ ଦୋକାନରେ ଉପଲବ୍ଧ ନିଶା କରିବାର ଉପାଦାନକୁ ବନ୍ଦ କରିବାର ଛୋଟ ଉପାୟ ଚିନ୍ତିବା, ସହଜ ନୁହେଁ ନିଶ୍ଚୟ ହେଲେ ସମ୍ଭବ ହେବ ଯଦି ସେ ପିଲାମାନଙ୍କୁ ଆମ ପିଲା ଭାବି ଏକ ପ୍ରୟାସ କରିବା, ଏଇ ମାଟି ଆମକୁ କରିଛି ମଣିଷ ଏ ମାଟି ପ୍ରତି ଆମେ କର୍ତ୍ତବ୍ୟ କରିବା, ତାପରେ ଆମେ ଆମ ଗାଁର ବିକାଶ ଦେଖିବା୤ ଚାଲ ଥରେ ଗାଁର ମଣିଷଟେ ହେବା ଗାଁର ଶେଷରେ ରୁହେ ହରି ଅଜା , ବୟସ ସତୁରିରୁ ବେଶି , ପୁଅ ସହରରେ ରୁହେ , ସିଏ ଏଠି ଏକୁଟିଆ ଗାଁର ମଣିଷ , ଚାଲ ତାଙ୍କ ସହ ଦୁଇ ପଦ କଥା ହେବା , ନିଜର ଲୋକଟିଏ ଭାବି ଦେହ କିପରି ଅଛି ପଚାରିବା , ଖୁବ୍ ସହଜ କାମଟିଏ ଟିକେ ପ୍ରୟାସ କରିବା , ଚାଲ ଥରେ ଗାଁର ମଣିଷଟେ ହେବା୤ ...........

ଚାଲ ଥରେ ଗାଁର ମଣିଷଟେ ହେବା - ୧

ଚାଲ ଥରେ ଗାଁର ମଣିଷଟେ ହେବା - ୧ --------------------- ଚାଲ ଥରେ ଗାଁର ମଣିଷଟେ ହେବା ଆମେ ପଢିଥିବା ସ୍କୁଲ ଟିକେ ବୁଲି ଆସିବା , ଗାଁର ସେ କୁନି ପିଲାଙ୍କୁ କିଛି ପ୍ରଶ୍ନ ପଚାରିବା , ତାଙ୍କ ସହ ମିଶି ପୁଣିଥରେ ଆମ ପିଲା ଦିନକୁ ଖୋଯିବା , ହୁଏତ ଆମ ଗାଁରେ ବିକାଶର ସ୍ବରୁପ ଦେଖିବା , ଖୁବ୍ ସହଜ କାମଟିଏ , ନିଜ କଥା ସହିତ ଗାଁ କଥା ଟିକେ ଭାବିବା |   ଚାଲ ଥରେ ଗାଁର ମଣିଷଟେ ହେବା ଆମ ବାଲ୍ୟ ସାଙ୍ଗ ଚଗଲାର କାନ୍ଧରେ ହାତ ରଖି ତା ଭଲ ମନ୍ଦ ପଚାରିବୁଝିବା, ତା ପିଲାର ପାଠ ପଢା, ତା ଚାଷ, ତା ସ୍ବାସ୍ଥ୍ୟ ପାଇଁ କିଛି ଆବଶ୍ୟକ ଉପଦେଶ ଦେବା, ପିଲାଦିନ କିଛି ସ୍ମୃତି ରୋମନ୍ଥନ କରି ତାକୁ କିଛି କ୍ଷଣ ପାଇଁ ଅତୀତକୁ ନେବା, ନିଜେ ହସି ତାକୁ ହସାଇବାର ପ୍ରୟାସରେ ତା ଜୀବନରେ ବିକାଶର ନୂଆ ରଙ୍ଗ ଦେବା୤ ଚାଲ ଥରେ ଗାଁର ମଣିଷଟେ ହେବା ବାଲ୍ୟକାଳର ସେ ମୁରବି ମାନଙ୍କ ଆକଟକୁ ଥରେ ମନେ ପକାଇବା, ଗନମାମୁଁ, ରଘୁନନା, ଧୋବାଅଜା ମାନଙ୍କୁ ଟିକେ ଅତୀତରୁ ଖୋଜିବା, ତାଙ୍କ ପରି ନହେଲେବି ସେଭଳି ଟିକେ ପ୍ରୟାସ କରିବା , ଆମ ପିଲାଙ୍କୁ ଗଢିବା ସହିତ ଗାଁର କୁନା , ମୁନାଙ୍କୁ ଆକଟ କରିବା , ଆମର ଏ ଛୋଟ ପ୍ରୟାସରେ ନିଶ୍ଚୟ ଗାଁର ବିକାଶ ପାଇବା୤ .........

ସେବେ ଓ ଏବେ

ସେବେ ଓ ଏବେ ! ************* ବେଳ ଥିଲା  ବାଡି ଆସୁଛି ଶୁଣିବା ମାତ୍ରେ  ତାଟି କବାଟ ପଡିଯାଉଥିଲା,  ଅନ୍ଧାର ଆସିବା ମାତ୍ରେ  ନିଜକୁ ଲୁଚାଇ ରଖୁଥିଲେ ମଣିଷ ଗୁଡାକ,  ଏକ କଳ୍ପିତ ମୃତ୍ୟୁର ବାହକ ଡରରେ,  କିଛି ବୁଭୁକ୍ଷୁ ମୃତ୍ୟୁର ଭୟକୁ  ଅଣଦେଖା କରି ଆଗକୁ ଆସୁଥିଲେ ଆତଙ୍କିତ ମଣିଷଙ୍କ  ଭରସା ସାଜି ବିଭିନ୍ନ ରୂପରେ,  କେବେ କାଳିକା, କେବେ ତାନ୍ତ୍ରିକ ବା କେବେ ସାଧକର ଅବୟବରେ ! ଆମେ କହୁ ସେମାନଙ୍କୁ ପ୍ରବଞ୍ଚନାର  ଅନନ୍ୟ ଅବତାର,  ଅନ୍ଧବିଶ୍ୱାସର ପ୍ରତୀକ,  ଅଶିକ୍ଷିତ ସମାଜର ଜ୍ୱଳନ୍ତ ପ୍ରମାଣ ! କିନ୍ତୁ  ଏବେ ତ ବେଶୀ ବଦଳିନି,  ଏବେ ବି ମହାମାରୀ ଆସୁଛି  ସାରା ବିଶ୍ୱରେ ଏକ ସମୟରେ,  ଏବେ ବି ଏହାର ପ୍ରତିକାର ପାଇଁ  ପୂଜା ପାଠ, ଯଜ୍ଞ, ପ୍ରାର୍ଥନା  ଓ ସ୍ୱତନ୍ତ୍ର ନମାଜ ହେଉଛି,  ସାଧାରଣ ମଣିଷର ବିଶ୍ୱାସକୁ  ଅକ୍ତିଆର କଲାପରେ ! ଅବାନ୍ତର ବାର୍ତ୍ତା ସବୁ  ଆମ ମନକୁ ଛୁଉଁଛି,  ବିଶ୍ୱାସ ଜାଗାଉଛି ସାମାଜିକ ଗଣମାଧ୍ୟମରେ,  ଅଜବ ପଦାର୍ଥ ସବୁ ବିକ୍ରି ହେଉଛି  କରୋନା ର ପ୍ରତିଷେଧକ ରୂପରେ ! ବିଶ୍ୱ ଅର୍ଥନୀତି ଦୋହଲି ଯାଉଛି କିଛି ପ୍ରଯୋଜିତ  ମିଥ୍ୟା ପ୍ରଚାରରେ! ...