ତୁମ ବିନା


ତୁମ ବିନା
(A tribute to Utkala Gourab)

କ୍ଷୁଦାର ଆତୁରତାରେ
ପ୍ରକୃତିର ଅସହାୟତାରେ
ଶାସକର ଅବିଚାରରେ
ପଡୋଶୀର ଷଡଯନ୍ତ୍ରରେ
ମୁରବୀଙ୍କ ନିରବତାରେ
ସ୍ତବ୍‌ଦ ଓ ନିଃସହାୟ
ଥିଲା ଏହି ମାଟି
ଅଷ୍ଟାଦଶ ଶତାଦ୍ଦିର ଦ୍ବିତୀୟାର୍ଦ୍ଦରେ୤
ସମୁଦ୍ରର ବେଳାଭୂମୀରୁ
ସବୁଜ ବନାନୀରୁ
ବୀସ୍ତିର୍ଣ୍ଣ ଚରାଭୂଇଁରୁ
ଅଙ୍କାବଙ୍କା ଗ୍ରାମ୍ୟ ରାସ୍ତାରୁ
ଅବଧାନଙ୍କ ଚାଟଶାଳୀରୁ
ଗ୍ରାମଦେବତୀଙ୍କ ମନ୍ଦିର ବେଢାରୁ
ପରମ୍ପରାର ପ୍ରତୀକ
ଭାଗବତ ଟୁଙ୍ଗିରୁ
ହଜିଥିଲା ଉତ୍କଳୀୟତାର ଚିହ୍ନ,
ଲିଭିବାକୁ ପ୍ରୟାସରତ ଥିଲା
ବୀର କଳିଙ୍ଗଙ୍କ ସ୍ମୃତି,
କ୍ଷୁଦା ଓ ଷଡଯନ୍ତ୍ରର ଶୀକାର
ଓଡିଆଙ୍କ ମାନସ ପଟରୁ୤
ଅଶୋକଙ୍କ ଶୀଳା ଲିପିକୁ
ଶାରଳା ଦାସଙ୍କ ମହାଭାରତକୁ
ବଳରାମଙ୍କ ଲକ୍ଷ୍ମୀପୁରାଣକୁ
ଜଗନ୍ନାଥ ଦାସଙ୍କ ଭାଗବତକୁ
ଇତିହାସର ମୁକ ଶାଖୀକୁ
କୋଣାର୍କର ଅମର କୀର୍ତ୍ତୀକୁ
ଜଉଗଡର ଆଦ୍ୟ ଶବ୍ଦକୁ
ଦୁଇ ହଜାର ବର୍ଷ ପୁରୁଣା
ଆମ ମାତୃଭାଷକୁ,
ବିଲୋପ କରିବାର
ଦୁର୍ବାର ପ୍ରୟାସରତ ଥିଲେ
ଷଡଯନ୍ତ୍ରକାରୀ
ଲୋପ କରିବାକୁ ଆମ ଅସ୍ତିତ୍ବକୁ୤
ଏମିତି ଏକ ଅସହାୟ ମୁହୁର୍ତ୍ତରେ
ତୁମେ ଆସିଲ
ଜାତୀୟତାର ସ୍ବପ୍ନ ନେଇ,
ବୁଭୁକ୍ଷୁରେ ଅନ୍ତରରେ ଝଙ୍କୃତ କଲ
ମାତୃବନ୍ଦନାର ଅଭୂଲା ସଂଙ୍ଗୀତ,
ହାଅନ୍ନ ଶବ୍ଦରୁ ପ୍ରତିଧ୍ବନିତ ହେଲା
ଓଡିଆ ସ୍ବାଭିମାନ,
କଙ୍କାଳମୟ ଧରିତ୍ରୀ
ହଠାତ୍‌ ଜାଗ୍ରତ ହେଲା,
ଶବମୟ ପୃଥିବୀଟା
ଶିବମୟ ମନେହେଲା,
ଗଙ୍ଗା ଠୁଁ ଗୋଦାବରୀ ଯାଏଁ
ଜାତୀୟତାର ସ୍ରୋତ
ପ୍ଲାବିତ ହେଲା,
ନିଦ୍ରାରତ ମହାରଥୀ
ରଣ ହୁଙ୍କାର ଦେଲା,
ଅସହାୟତାର କବର ମଧ୍ୟରୁ
ଯୁଦ୍ଧ୍ୟଂ ଦେହି ଡାକରା ଆସିଲା,
ମିଥ୍ୟା ଷଡଯନ୍ତ୍ରକାରୀଙ୍କ
ସବୁ ପ୍ରୟାସ ବ୍ୟର୍ଥହେଲା୤
ତୁମେ ଚାଲିଗଲା ପରେ
ତୁମ ସ୍ବପ୍ନ ସତ୍ୟ ହେଲା
୧୯୩୬ ମସିହାରେ
ଓଡିଶା ତାର ସ୍ବତନ୍ତ୍ର
ପରିଚୟ ପାଇଲା,
ତୁମ ବିନା
ଏହା କେବେ ସମ୍ଭବ ନଥିଲା୤
ନୂଆ ଦିଲ୍ଲୀ, ମୋ: ୯୩୫୦୧୨୭୩୭୦

Comments

Popular posts from this blog

କହିଦେ କାଳିଆ ଥରେ

ଚାଲ ଥରେ ଗାଁର ମଣିଷଟେ ହେବା - ୧

ଝଡ଼ ପରର ସକାଳ