ରାକ୍ଷୀ
ରାକ୍ଷୀ
ମୁଁ ରାକ୍ଷୀଟିଏ
ଅମୃତ ବନ୍ଧନର
ଚିରନ୍ତନ ସାକ୍ଷୀଟିଏ,
ହସ କାନ୍ଦ, ରାଗ ରୁଷା
ମାନ ଓ ଅଭିମାନର
ଅଭୁଲା ପଂକ୍ତିଟିଏ,
ହୃଦୟରୁ ନିସୃତ
ଅଭୁଲା କିନ୍ତୁ ଅକୁହା
କଥାର ପବିତ୍ର ଧାରାଟିଏ,
ମୁକ କିନ୍ତୁ ପ୍ରଗଳ୍ଭତାର
ସ୍ମାରକଟିଏ,
ଅମ୍ଲାନ ପ୍ରେମର
ଅତୁଟ ବନ୍ଧନଟିଏ,
ଭଲପାଇବାର
ଅଭେଦ୍ୟ କବଚ ଟିଏ,
ମୁଁ ରାକ୍ଷୀଟିଏ
ହୃଦୟର ଚିରସବୁଜ
ଶାଶ୍ୱତ ଅଭିବ୍ୟକ୍ତଟିଏ !
Comments
Post a Comment