ରାକ୍ଷୀ


ରାକ୍ଷୀ 

ମୁଁ ରାକ୍ଷୀଟିଏ 
ଅମୃତ ବନ୍ଧନର 
ଚିରନ୍ତନ ସାକ୍ଷୀଟିଏ, 
ହସ କାନ୍ଦ, ରାଗ ରୁଷା 
ମାନ ଓ ଅଭିମାନର 
ଅଭୁଲା ପଂକ୍ତିଟିଏ, 
ହୃଦୟରୁ ନିସୃତ 
ଅଭୁଲା କିନ୍ତୁ ଅକୁହା 
କଥାର ପବିତ୍ର ଧାରାଟିଏ, 
ମୁକ କିନ୍ତୁ ପ୍ରଗଳ୍ଭତାର 
ସ୍ମାରକଟିଏ, 
ଅମ୍ଲାନ ପ୍ରେମର 
ଅତୁଟ ବନ୍ଧନଟିଏ, 
ଭଲପାଇବାର 
ଅଭେଦ୍ୟ କବଚ ଟିଏ, 
ମୁଁ ରାକ୍ଷୀଟିଏ 
ହୃଦୟର ଚିରସବୁଜ 
ଶାଶ୍ୱତ ଅଭିବ୍ୟକ୍ତଟିଏ !

Comments

Popular posts from this blog

କହିଦେ କାଳିଆ ଥରେ

ଚାଲ ଥରେ ଗାଁର ମଣିଷଟେ ହେବା - ୧

ଝଡ଼ ପରର ସକାଳ