ମୁଁ ଦୀପଟିଏ


ମୁଁ ଦୀପଟିଏ

ମୁଁ ଦୀପଟିଏ
ପବିତ୍ରତାର ମନ୍ତ୍ରଟିଏ
ବିଶ୍ୱାସର ପ୍ରତିକଟିଏ
ଦୃଢତାର ସ୍ଵରଟିଏ
ନୀରବତାର ସାକ୍ଷୀଟିଏ
ସ୍ୱତନ୍ତ୍ରତାର ପକ୍ଷୀଟିଏ
ଏକତାର ସୂତ୍ରଟିଏ
ମୁକ୍ତିର ପଥଟିଏ
ଭରସାର ଉତ୍ସ୍ୱାସଟିଏ
ବଞ୍ଚିବାର ନିଶାଟିଏ
ଶାନ୍ତିର ବାର୍ତ୍ତାଟିଏ
ସୀମାହୀନ ଆଶାଟିଏ
ମୁଁ ଦୀପଟିଏ !
ନିରାଶ୍ରୟର ଆଶ୍ରାଟିଏ
ଅତୀତର ସ୍ମୃତିଟିଏ
ଦିଗହରାର ଦିଗଟିଏ
ଧାଇଁବାର ନିଶାଟିଏ
ଜିତିବାର ଲକ୍ଷ୍ୟଟିଏ
ମୁଁ ଦୀପଟିଏ !


Comments

Popular posts from this blog

କହିଦେ କାଳିଆ ଥରେ

ଚାଲ ଥରେ ଗାଁର ମଣିଷଟେ ହେବା - ୧

ଝଡ଼ ପରର ସକାଳ