ଚାଲ ଥରେ ଗାଁର ମଣିଷଟେ ହେବା-୨
ଚାଲ ଥରେ ଗାଁର ମଣିଷଟେ ହେବା-୨ ଚାଲ ଥରେ ଗାଁର ମଣିଷଟେ ହେବା ସଞ୍ଜ ନଇଁ ଗଲାପରେ ନିଜକୁ ନିଜ ମଧ୍ୟେ ନଲୁଚାଇ ଗାଁ ମୁଣ୍ଡ ଥୁଣ୍ଟା ବରଗଛ ଆଡେ ବୁଲି ଆସିବା, ଆମରି ସାମ୍ନାରେ ଜନ୍ମ ନେଇଥିବା ହରି, ମଧୁ ଆଦିଙ୍କୁ ନିଶାରେ ଅଣାୟତ ଅବସ୍ଥାରେ ଦେଖି ପାରିବା, ଅସହ୍ୟ ଓ ଅସହାୟ ଲାଗିବ ନିଶ୍ଚୟ, ତଥାପି ମୁହଁ ସେଠୁ ନଫେରାଇ ଏହାର କାରଣ ଖୋଜିବା, ଗାଁ ଚାହା ଦୋକାନ ଓ ପାନ ଦୋକାନରେ ଉପଲବ୍ଧ ନିଶା କରିବାର ଉପାଦାନକୁ ବନ୍ଦ କରିବାର ଛୋଟ ଉପାୟ ଚିନ୍ତିବା, ସହଜ ନୁହେଁ ନିଶ୍ଚୟ ହେଲେ ସମ୍ଭବ ହେବ ଯଦି ସେ ପିଲାମାନଙ୍କୁ ଆମ ପିଲା ଭାବି ଏକ ପ୍ରୟାସ କରିବା, ଏଇ ମାଟି ଆମକୁ କରିଛି ମଣିଷ ଏ ମାଟି ପ୍ରତି ଆମେ କର୍ତ୍ତବ୍ୟ କରିବା, ତାପରେ ଆମେ ଆମ ଗାଁର ବିକାଶ ଦେଖିବା ଚାଲ ଥରେ ଗାଁର ମଣିଷଟେ ହେବା ଗାଁର ଶେଷରେ ରୁହେ ହରି ଅଜା , ବୟସ ସତୁରିରୁ ବେଶି , ପୁଅ ସହରରେ ରୁହେ , ସିଏ ଏଠି ଏକୁଟିଆ ଗାଁର ମଣିଷ , ଚାଲ ତାଙ୍କ ସହ ଦୁଇ ପଦ କଥା ହେବା , ନିଜର ଲୋକଟିଏ ଭାବି ଦେହ କିପରି ଅଛି ପଚାରିବା , ଖୁବ୍ ସହଜ କାମଟିଏ ଟିକେ ପ୍ରୟାସ କରିବା , ଚାଲ ଥରେ ଗାଁର ମଣିଷଟେ ହେବା ...........