ମାଟିର ସ୍ବର
ମାଟିର ସ୍ବର ହୃଦୟର କେଉଁ ନିଭୃତ କୋଣରେ ଉଙ୍କି ମାରେ ସଦା ପ୍ରଶ୍ନ ଟିଏ, ଚଳ ଚଞ୍ଚଳ ମୋ ଉତ୍କଳ ଭୂଇଁରେ ଶିଥିଳତା ବୀଜ ବୁଣିଲା କିଏ? ଯେଉଁ ଉତ୍କଳୀୟ ରଣ ହୁଙ୍କାରରେ ଥରି ଉଠୁଥିଲା ଭାରତ ବର୍ଷ, ସେହି ବୀର ଭୂମି ବକ୍ଷୁ ଆସୁଛି ଅସହାୟତାର ଦୀର୍ଘ ଶ୍ବାସ! ଯାହାର କୋଳରେ ଜନ୍ମ ନେଇଥିଲେ ମଧୁ, ଗୋପବନ୍ଧୁ, ବକ୍ସି ଓ ବାଜି, ସେ ମା କୋଳରେ ନିର୍ଭୟେ ବୁଲନ୍ତି ଚୋରା ଖଣ୍ଟ ଏବଂ ତସ୍କର ପାଜି| ସମ୍ପଦମୟ ମୋ ଜନ୍ମ ଭୂମିରେ ସଦା ହସୁଥିଲା ସୁନାର ଶସ୍ୟ, ତାହାରି ବକ୍ଷରେ ବହୁଅଛି ଆଜି ବୁଭୁକ୍ଷୁଙ୍କର ଉଷ୍ମ ଶ୍ବାସ| ଧରମାର କୀର୍ତ୍ତି ଏବେବି ରହିଛି ଚନ୍ଦ୍ରଭାଗର ବେଳା ଭୂମିରେ, ପ୍ରୁରୁଷୋତ୍ତମ ଶୋଭା ପାଉଛନ୍ତି ମୁକ୍ତି ଧାମର ଶ୍ରୀମନ୍ଦିରରେ| ଅହିଂସାର ବାଣୀ କରେ ପ୍ରଚାର ଧଉଳି ପାହାଡ ସଗର୍ବେ ଆଜି , ଏବେବି ରହିଛି ବାରବାଟୀ ଦୁର୍ଗ ଓଡିଆ ବୀରତ୍ଵ ସ୍ମାରକ ସାଜି| ବକୁଳ ବନର ପଞ୍ଚସଖା ଜ୍ଞାନ ଆହରଣ କରି ବୁଲନ୍ତି ଥୋକେ, ଆବଶ୍ୟକ ବେଳେ ଆସେନା କାହିଁକି ସେ ଅମୂଲ୍ୟ ବାଣୀ ତାଙ୍କରି ମୁଖେ! ବୀର ପ୍ରସବିନୀ ସେ ବୀରା ଜନନୀ ନିରବେ ବାହୁଛି ଆଖିରୁ ଲୁହ, ତାହାରି କୋଳରେ ତା ସନ୍ତାନ ବଢେ ବୁଝି ପାରେନା ତା ଅନ୍ତର କୋହ| ଭାରତ ବର୍ଷର ଅର୍ଥ ଦରବାରେ ନିସ୍ଵ ରୂପେ ଗଣା ମୋ ଜନନୀ, ପ୍ରକୃତି ଦେଇଛି ଅଜସ୍ର ସମ୍ପଦ କିନ୍ତୁ ତା ସନ୍ତାନ ତାକୁ ବୁଝୁନି | ଉଚ୍ଚ ଶିକ୍ଷା କରି ବୋଲାଏ ଶିକ୍ଷିତ ବୁଝେନା ତାର କୌଳିକ ବୃତ...