Posts

Showing posts from August, 2020

ରାକ୍ଷୀ

ରାକ୍ଷୀ  ମୁଁ ରାକ୍ଷୀଟିଏ  ଅମୃତ ବନ୍ଧନର  ଚିରନ୍ତନ ସାକ୍ଷୀଟିଏ,  ହସ କାନ୍ଦ, ରାଗ ରୁଷା  ମାନ ଓ ଅଭିମାନର  ଅଭୁଲା ପଂକ୍ତିଟିଏ,  ହୃଦୟରୁ ନିସୃତ  ଅଭୁଲା କିନ୍ତୁ ଅକୁହା  କଥାର ପବିତ୍ର ଧାରାଟିଏ,  ମୁକ କିନ୍ତୁ ପ୍ରଗଳ୍ଭତାର  ସ୍ମାରକଟିଏ,  ଅମ୍ଲାନ ପ୍ରେମର  ଅତୁଟ ବନ୍ଧନଟିଏ,  ଭଲପାଇବାର  ଅଭେଦ୍ୟ କବଚ ଟିଏ,  ମୁଁ ରାକ୍ଷୀଟିଏ  ହୃଦୟର ଚିରସବୁଜ  ଶାଶ୍ୱତ ଅଭିବ୍ୟକ୍ତଟିଏ !